fbpx

ମନ୍ କି ବାତ୍: ଲକ୍-ଡାଉନରେ ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦୀ

ନୂଆଦିଲ୍ଲୀ,୨୯ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ଲକ୍-ଡାଉନ୍ ବେଳେ ଲୋକଙ୍କ ଅସୁବିଧା ପାଇଁ କ୍ଷମା ମାଗିବା ସହ କରୋନାକୁ ହରାଇବା ପାଇଁ ଏପରି କଠୋର ନିଷ୍ପତ୍ତି ନେବାକୁ ପଡିଛି ବୋଲି ମୋଦୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ବିଶ୍ୱବାସୀ ପାଇଁ କରୋନା ମହାସଙ୍କଟ ହୋଇ ଉଭା ହୋଇଛି । ପୁରା ମାନବ ଜାତିକୁ ଏକାଠି ହୋଇ ଲଢିବାକୁ ହେବ । ଆମ ଜୀବନ ମୂଲ୍ୟବାନ, ଏଥିପାଇଁ ଆମକୁ ସଜାଗ ରହିବାକୁ ପଡିବ । ଏପର୍ଯ୍ୟନ୍ତ କିଛି ଲୋକ ପରିସ୍ଥିତିର ଗମ୍ଭୀରତାକୁ ବୁଝି ନାହାନ୍ତି । ନିୟମ ଭାଙ୍ଗିଥିବା ଲୋକ ଜୀବନ ସହ ଖେଳୁଛନ୍ତି । ଏଭଳି ଲୋକଙ୍କୁ ଲକ୍-ଡାଉନ୍ ନିୟମ ପାଳନ କରିବାକୁ ଅନୁରୋଧ କରୁଛି ।’

ଘରେ ରହି ନିଜକୁ ଓ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.