fbpx

(Video) ମୋଦୀ କ୍ୟାବିନେଟର ସବୁଠୁ Junior MP… କମ୍ ବୟସରେ ମନ୍ତ୍ରୀମଣ୍ଡଳରେ କିଭଳି ପାଇଲେ ସ୍ଥାନ?

Advertisement

ଓଡ଼ିଶା ଭାସ୍କର: ଶପଥ ଗ୍ରହଣ ପରେ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ରାଷ୍ଟ୍ରପତି ଭବନରେ ମୋଦୀ ଶପଇ ନେବା ସହ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତ୍ରୀମଣ୍ଡଳରେ ୯ ଜଣ ନୂଆ ଚେହେରା ଦେଖିବାକୁ ମିଳିଥିବା ବେଳେ ତାଙ୍କ ମଧ୍ୟରେ ଜଣଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ଯିଏକି ସବୁଠାରୁ କମ୍ ବୟସ୍କ ମନ୍ତ୍ରୀମଣ୍ଡଳରେ ସାଂସଦ ଭାବରେ ସ୍ଥାନ ପାଇଛନ୍ତି । ତାଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ତେବେ କିଏ ଏହି ସାଂସଦ ଏବଂ ଏତେ କମ ବୟସରୁ କେମିତି ମିଳିଲା ସୁଯୋଗ ଆସନ୍ତୁ ଜାଣିବା…

୨୦୨୪ ଲୋକସଭା ନିର୍ବାଚନର କିଙ୍ଗମେକର ଭୁମିକାରେ ସାମ୍ନାକୁ ଆସିଥିବା ତେଲଗୁ ଦେଶମ ପାର୍ଟି (ଟିଡିପି)ର ନେତା ରାମ ମୋହନ ନାଇଡୁ ମୋଦୀ ସରକାର ୩.୦ର ସବୁଠାରୁ ଜୁନିୟର କ୍ୟାବିନେଟ ମନ୍ତ୍ରୀ ହେବାକୁ ଯାଉଛନ୍ତି । ୨୦୧୯ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିବା ବେଳେ ଚଳିତବର୍ଷ ପ୍ରଥମ ଥର ନୂଆ ଚେହେରା ଭାବରେ ତାଙ୍କୁ ସ୍ଥାନ ଦିଆଯାଇଛି । ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ରାଜ୍ୟରୁ ୭୧ ଜଣ ନେତା-ମନ୍ତ୍ରୀ ସ୍ଥାନ ପାଇଥିବା ବେଳେ ଏହି ତାଲିକାରେ ସବୁଠାରୁ ଜୁନିୟର ରହିଛନ୍ତି ରାମମୋହନ ନାଇଡୁ । ସେଥିପାଇଁ ତାଙ୍କ ଉପରେ ସାରା ଦେଶର ନଜର ରହିଛି । ଏହାସହିତ ମୋଦୀଙ୍କୁ ଅନୁସରଣ କରି ସେ ରାଜନୀତିରେ ଖୁବ୍ ଆଗକୁ ଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

ମାତ୍ର ୩୬ ବର୍ଷୀୟ ରାମ ମୋହନ ନାଇଡୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଆସନରୁ ତୃତୀୟ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଚନ୍ଦ୍ରବାବୁ ନାଇଡୁଙ୍କ ଖୁବ୍ ଘନିଷ୍ଠ ବୋଲି କୁହାଯାଏ । ତାଙ୍କ ବାପା ୟେରାନ୍ ନାଇଡୁ ମଧ୍ୟ ଟିଡିପିର ଜଣେ ପ୍ରମୁଖ ନେତା ଥିଲେ । ସଡ଼କ ଦୁର୍ଘଟଣାରେ ବାପାଙ୍କ ବିୟୋଗ ପରେ ରାମ ମୋହନ ରାଜନୀତିରେ ପ୍ରବେଶ କରିଥିଲେ । ଖାଲି ସେତିକି ନୁହେଁ, ୨୦୨୦ ରେ ତାଙ୍କୁ ସାଂସଦ ରତ୍ନ ପୁରସ୍କାର ମିଳିଥିଲା । ଏଥିସହିତ ଚଳିତବର୍ଷ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କ ନାଁ ମଧ୍ୟ ଆଗରେ ରହିଛି । ତେବେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ହଲପନାମା ଅନୁସାରେ ରାମମୋହନ ନାଇଡଙ୍କୁ ସମୁଦାୟ ସମ୍ପତି ୨୩.୩୦ କୋଟି ଟଙ୍କା ଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.