fbpx

୮ ଜୁନରେ ତୃତୀୟ ଥର ପାଇଁ ଶପଥ ନେବେ ପିଏମ ମୋଦୀ! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ବିଜେପି ନେତୃତ୍ୱଧୀନ ଏନଡିଏ ମେଣ୍ଟର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନର ସମର୍ଥନ ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ପ୍ରଦାନ କରିପାରନ୍ତି ।

ମିଳିଥିବା ସୂଚନା ମୁତାବକ, ଏନଡିଏ ସାଂସଦମାନଙ୍କ ବୈଠକ ଶୁକ୍ରବାର ଦିନ ସଂସଦ ଭବନରେ ଦ୍ୱିପ୍ରହର ୨ଟା ୩୦ ମିନଟରେ ହେବ । ଏହି ମିଟିଙ୍ଗରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡେପୁଟି ସିଏମ ଏବଂ ବିଭିନ୍ନ ପାର୍ଟୀର ଅଧ୍ୟକ୍ଷ ଉପସ୍ଥିତ ରହିବେ । ୮ଜୁନରେ ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ଲଗାତାର ପ୍ରଧାନମନ୍ତ୍ରୀ ପଦବୀର ଶପଥ ନେଇପାରନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଧ୍ୟା ୭ଟାରୁ ୮ ଭିତରେ ହୋଇପାରେ ।

ବିଜେପି ଖାତାରେ୨୪୦ଟି ସିଟ ରହିଛି । ତେଲୁଗୁ ଦେଶମ ପାର୍ଟୀ ୧୬, ଜେଡିୟୁ ୧୨ ସିଟ, ଶିବସେନା ୭ଟି ସିଟ ଏବଂ ଚିରାଗ ପସବାନ ତିନଲୋକ ଜନଶକ୍ତି ପାର୍ଟୀ ୫ଟି ସିଟ ଜିତିଛି । ଏହା ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

Get real time updates directly on you device, subscribe now.