fbpx

କେତେବେଳେ ଜିପ୍ ତ କେତେବେଳେ ହାତୀ ସଫାରୀ, ସାମ୍ନାକୁ ଆସିଲା ମୋଦୀଙ୍କ କାଜିରଙ୍ଗା ଯାତ୍ରାର ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶନିବାର ସକାଳେ ଆସାମର କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ବୁଲିଛନ୍ତି ଓ ଏହି ଅବସରରେ ମୋଦୀ ହାତୀ ଓ ଜିପ୍ ସଫାରୀର ମଜା ନେଇଛନ୍ତି ।

ୟୁୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କେନ୍ଦ୍ର କୋହୋରା ରେଞ୍ଜର ମିହିମୁଖରେ ହାତୀ ସଫାରୀ କରିଛନ୍ତି । ଏହାପରେ ମୋଦୀ ଜିପ୍ ସଫାରୀରେ ରେଞ୍ଜ ମଧ୍ୟକୁ ଯାଇଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି କାଜିରଙ୍ଗାରେ ରାତି ବିତାଇବାରେ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଶୁକ୍ରବାର ମୋଦୀ କାଜିରଙ୍ଗାରେ ରୋଡ୍ ଶୋ’ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ସେଠାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ଆସାମର ମୁକୁଟ ରତ୍ନ କୁହାଯାଉଥିବା ଏହି ରାଷ୍ଟ୍ରୀୟ ଉଦ୍ୟାନ ଗଣ୍ଡା ମାନଙ୍କର ସବୁଠାରୁ ବଡ ବାସସ୍ଥାନ । ଏଠାରେ ବିଭିନ୍ନ ପ୍ରକାର ପକ୍ଷୀ, ଡଲଫିନ୍‌, ବାଘ ସହିତ ପ୍ରାୟ ୬୦୦ ପ୍ରଜାତିର ବିଭିନ୍ନ ଜୀବଜନ୍ତୁ ଅଛନ୍ତି ।

Get real time updates directly on you device, subscribe now.