Big Breaking: ଯେ କୌଣସି ମୁହୂର୍ତ୍ତରେ ହୋଇପାରେ Attack, ୩ ସେନା ନିର୍ଦ୍ଧାରଣ କରିବେ ଆକ୍ରମଣ ସମୟ

ନୂଆଦିଲ୍ଲୀ: ସରିଲା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ହାଇ ଲେବୁଲ ବୈଠକ । ୧ ଘଣ୍ଟାରୁ ଅଧିକ ସମୟ ଧରି ୩ ସେନାର ମୁଖ୍ୟ ସମେତ ପ୍ରଧାନମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ଥିଲେ ।

ଆତଙ୍କବାଦୀ ବିରୋଧୀ କାର୍ଯ୍ୟକ୍ରମ ପାଇଁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସେନା ଉପରେ କୌଣସି କଟକଣା ନାହିଁ ବରଂ ହାତ ଖୋଲିଦିଆଯାଇଛି ।

ଆତଙ୍କବାଦର ଉପଯୁକ୍ତ ଜବାବ୍ ଦିଆଯିବ; ସେମାନଙ୍କ ଅଣ୍ଟା ଭାଙ୍ଗିଲା ପରି କାର୍ଯ୍ୟ ଉପରେ ଧ୍ୟାନ ଦିଅ । ଆଟାକର ଟାର୍ଗେଟ୍ ଏବଂ ସମୟ ସେନା ନିର୍ଦ୍ଧାରଣ କରିବ ବୋଲି କହିଲେ ମୋଦି ।

ସୁରକ୍ଷା ଏଜେନ୍ସିକୁ ହାଇଆର୍ଲ୍ଟରେ ରଖିବା ସହ ଜମ୍ମୁକଶ୍ମୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେନା ଉପରେ ପୂରା ଭରସା ଥିବା କହିଲେ ମୋଦି ।