ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ହିନ୍ଦୀ ଖବରକାଗଜର ଏକ ରିପୋର୍ଟର ସ୍କ୍ରିନସଟ ସେୟାର କରାଯାଉଛି, ଯେଉଁଥିରେ ଦାବି କରାଯାଇଛି ଯେ ମୋଦୀ ସରକାର ଅବସର ଗ୍ରହଣ କରିବାର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
ଏହା ଅଧିନରେ କର୍ମଚାରୀଙ୍କର ୨ଟି ଉପାୟରେ ଅବସର ହେବ । ଏବେ ଏହି ଖବରକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ଅର୍ଥାତ୍ ଯଦି ତାଙ୍କ ବୟସ ୬୦ ବର୍ଷ ନହୋଇଛି, କିନ୍ତୁୀ ସେ ୩୩ ବର୍ଷର ସେବା ସମାପ୍ତ କରିସାରିଛନ୍ତି, ତେବେ ତାଙ୍କୁ ଅବସର ଦିଆଯିବ । ଏହି ଖବର ଶୁଣି କର୍ମଚାରୀଙ୍କ ମନରେ ମଧ୍ୟ ଛାନିଆ ପଶିଛି । ତେବେ ଆସନ୍ତୁ ଜାଣିବା ଏହାର ବାସ୍ତବତା ।
ଏହି ଖବରଟିର ସତ୍ୟତା ଯାଞ୍ଚ କରାଯାଇଛି । ଯାଞ୍ଚରେ ଏହି ଦାବି ସମ୍ପୂର୍ଣ୍ଣ ନକଲି ବୋଲି କୁହାଯାଉଛି । କଥାଟି ହେଲା ଯେ ଭାଇରାଲ ହେଉଥିବା ସ୍କ୍ରିନସଟ ହେଉଛି ୨୦୧୯ରେ ଖବରକାଗଜରେ ପ୍ରକାଶିତ ଏକ ଖବର । ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅବସର ଯୋଜନା ବିଷୟରେ ଭିତ୍ତିହୀନ କଳ୍ପନାଜଳ୍ପନା କରାଯାଇଥିଲା । ସମାନ ଖବର ପୁଣି ତାରିଖ ବଦଳାଇ ଭାଇରାଲ ହେବାରେ ଲାଗିଛି । ଅବସର ବୟସର ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ଏପରି କୌଣସି ଯୋଜନା ଏପର୍ଯ୍ୟନ୍ତ କରିନାହାଁନ୍ତି ।