୮ମ ବେତନକୁ ନେଇ ବଡ଼ ଖବର, ମୋଦୀ ସରକାର ୩୫ଟି ପଦବୀରେ କରିବେ ନୂଆ ନିଯୁକ୍ତି

୮ମ ବେତନକୁ ନେଇ ମୋଦୀ ସରକାରଙ୍କ ନୂଆ ପ୍ଲାନ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮ମ ବେତନ ଆୟୋଗ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରାଳୟ ଆୟୋଗ ପାଇଁ ୩୫ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଏହା ଏହି ସଂକେତ ଦେଇଛି ଯେ, ସରକାର ୮ମ ବେତନ ଖୁବଶୀଘ୍ର ଲାଗୁ କରିବେ। ଏଥିରେ ଦେଶର ୪୭.୮୫ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୮.୬୨ ଲକ୍ଷ୍ୟ ପେନସନ ଭୋଗୀ ଲାଭ ପାଇବେ।

୩୫ଟି ପଦବୀରେ ହେବ ନିଯୁକ୍ତି: ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୧୭ ଅପ୍ରେଲ ୨୦୨୫ରେ ଜାରି କରାଯାଇଥିବା ଏକ ସର୍କୁଲାର ମୁତାବକ, ୮ମ ବେତନ ଆୟୋଗ ପାଇଁ ୩୫ଟି ପଦବୀରେ ନିଯୁକ୍ତି କରାଯିବ।

ଯାହା ଡେପୁଟେଶନ ଆଧାରରେ ହେବ। ଏହି ଅଧିକାରୀମାନଙ୍କ କାର୍ଯ୍ୟକାଳ ଆୟୋଗର ଗଠନର ତାରିଖଠାରୁ ସମାପନ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ସର୍କୁଲାରରେ ଆହୁରି କୁହାଯାଇଛି ଯେ, ଏହି ନିଯୁକ୍ତିଗୁଡ଼ିକ DOPT ଦ୍ଵାରା ପରିଚାଳିତ ହେବ।

ClearTax ର ରିପୋର୍ଟ ମୁତାବକ, ୮ମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟ ବଢିବ। ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୨.୫୭, ଏହାକୁ ବଢ଼ାଯାଇ ୨.୮୫ କରାଯାଇପାରେ। ଏଥିରେ ସମସ୍ତ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀକାରୀଙ୍କ ବେସିକ ସଲାରିରେ ବୃଦ୍ଧି ହେବ।