fbpx

OBC ଶ୍ରେଣୀକୁ ଆଜି ବଡ଼ ଉପହାର ଦେବେ ମୋଦୀ ସରକାର, ଜାଣନ୍ତୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ (ଓବିସି) ଉପରେ ଦ୍ୱିତୀୟ ବଡ଼ ପଦକ୍ଷେପ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ସରକାର ରାଜ୍ୟକୁ ଓବିସି ତାଲିକା ପ୍ରସ୍ତୁତ କରିବାକୁ ଅଧିକାର ଦେଉଥିବା ୧୨୭ତମ ସଂଶୋଧନ ବିଲ୍ ଉପସ୍ଥାପନ କରିବେ । ନିକଟରେ କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିଲେ । ତେବେ ସଂସଦର ମୌସୁମୀ ଅଧିବେଶନରେ ପ୍ରବଳ ଉତ୍ତେଜନା ହେଉଛି ଓ ବିରୋଧୀମାନେ ପେଗାସସ୍ ଓ କୃଷକ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ।

ରିପୋର୍ଟ ମୁତାବକ, ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନା ସତ୍ତ୍ୱେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବାରେ କୌଣସି ବାଧା ସୃଷ୍ଟି ହେବନାହିଁ । କାରଣ କୌଣସି ବି ରାଜନୈତିକ ଦଳ ସଂରକ୍ଷଣ ସମ୍ବନ୍ଧୀୟ ବିଲକୁ ବିରୋଧ କରିବ ନାହିଁ । କିନ୍ତୁ ହଙ୍ଗାମା ସମୟରେ ସମ୍ବିଧାନ ସଂଶୋଧନ ବିଲ ପାରିତ କରିବା ସରକାରଙ୍କ ପାଇଁ ଟିକେ କଷ୍ଟସାଧ୍ୟ ହୋଇପାରେ । ଏହି ବିଲ୍ ପାସ୍ ହେବା ପରେ ରାଜ୍ୟଗୁଡିକ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ପାଇବେ ।

ଚଳିତ ବର୍ଷ ମେ ୨ ୫ ରେ ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ କେନ୍ଦ୍ର ସରକାର ଓବିସି ତାଲିକା ପ୍ରସ୍ତୁତ କରିପାରିବେ । କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସରକାର ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ବଦଳାଇବାକୁ ଯାଉଛନ୍ତି । ସଂସଦରେ ସମ୍ବିଧାନର ଧାରା ୩୪୨-ଏ ଏବଂ ୩୬୬ (୨୬) -ସି ର ସଂଶୋଧନ ଉପରେ ମୋହର ଲାଗିବା ପରେ ରାଜ୍ୟଗୁଡିକ ନିକଟରେ ପୁନର୍ବାର ଓବିସି ତାଲିକାରେ ଜାତିକୁ ଅଧିସୂଚିତ କରିବାର ଅଧିକାର ପାଇବେ ।

Get real time updates directly on you device, subscribe now.