fbpx

‘ରାଷ୍ଟ୍ରହିତ ଓ ଜନସେବା ପାଇଁ ମୋଦୀ ଜୀ ସମର୍ପିତ, ମୁଁ ତାଙ୍କ ଯାତ୍ରାର ସାକ୍ଷୀ ରହିଛି…’, ଜାଣନ୍ତୁ ଏପରି କାହିଁକି କହିଲେ ଅମିତ ଶାହା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବହୁତ ବିଶେଷ ଦିନ । ୨୩ ବର୍ଷ ପୂର୍ବରୁ ଅକ୍ଟୋବର ୭ ତାରିଖ ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହା କେବଳ ଗୁଜରାଟ ପାଇଁ ନୁହେଁ ବରଂ ଭାରତର ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣର୍ ଟର୍ଣ୍ଣିଂ ପଏଣ୍ଟ ଥିଲା । ବହୁତ କମ୍ ଲୋକମାନେ ଜାଣିଛନ୍ତି କି ମୋଦୀ କିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ଯାତ୍ରା ପଛର କାହାଣୀ କ’ଣ ଥିଲା । ଏନେଇ ମୋଦୀ ଆରକାଇଭ୍‌ସ ‘ଏକ୍ସ’ରେ ସୂଚନା ଶେୟାର କରିଛି ।

ମୋଦୀ ଆରକାଇଭ୍‌ସ ପୋଷ୍ଟ ଅନୁଯାୟୀ, ‘୨୦୨୧ ପର୍ଯ୍ୟନ୍ତ ମୋଦୀ ସାର୍ବଜନିକ ସେବା କ୍ଷେତ୍ରରେ ୩ ଦଶନ୍ଧି ବିତାଇସାରିଥିଲେ । ଆରଏସଏସର ଜଣେ ସାଧାରଣ ପ୍ରଚାରକ ଠାରୁ ଆରମ୍ଭ କରି ବିଜେପିର ଜଣେ ଉତ୍ସର୍ଗୀକୃତ କର୍ମୀ ପର୍ଯ୍ୟନ୍ତ ସେ ଜଣେ ଦୃଢ଼ ପ୍ରତିଯୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ । ୧୯୬୫ରେ କାଙ୍କରିୟା ୱାର୍ଡ଼ ସଚିବ ଭାବରେ ସେ ଜନସଂଘରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଦଳ ସଦସ୍ୟଙ୍କ ମଧ୍ୟରେ ‘ନାମୋ’ ଭାବରେ ଜଣାଶୁଣା ମୋଦୀ ଗୁଜରାଟରେ ଏକ ଶକ୍ତିଶାଳୀ ଦଳ ଭାବରେ ବିଜେପି ପ୍ରତିଷ୍ଠା ପାଇଁ ଅନେକ ପରିଶ୍ରମ କରିଥିଲେ । ସେହି ସମୟରେ ଗୁଜରାଟରେ କଂଗ୍ରେସର ଦବଦବା ଥିଲା । ୧୯୮୪ରେ ଗୁଜରାଟରେ କେବଳ ଜଣେ ବିଜେପି ସାଂସଦ ଥିଲେ ଏ . କେ ପଟେଲ ଯିଏ ମେହସାନାରୁ ନିର୍ବାଚିତ ହୋଇଥିଲେ ।’ ମୋଦୀଙ୍କ ଦୂରଦର୍ଶିତା, ରଣନୀତିକ ଯୋଜନା ଏବଂ କଠୋର ପରିଶ୍ରମ ଗୁଜରାଟରେ ବିଜେପିକୁ ଏକ ନୂତନ ଶିଖରରେ ପହଂଚାଇଥିଲା । ତାଙ୍କ ନେତୃତ୍ୱରେ ବିଜେପି କଂଗ୍ରେସ ପ୍ରଭାବୀ କ୍ଷେତ୍ରରେ ରାଜ୍ୟ ରାଜନୀତିର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି ।

୧୯୮୫ରେ ଆରଏସଏସ ମୋଦୀଙ୍କୁ ବିଜେପି ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ତାଙ୍କ ରାଜନୈତିକ ଦକ୍ଷତା ଏବଂ ଦୂରଦର୍ଶିତା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । ଏହା ପରେ ଦଳ ନେତୃତ୍ୱ ମୋଦୀଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥଲେ । ଅକ୍ଟୋବର ୭ରେ ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦୀଙ୍କ ନେତୃତ୍ୱରେ ଗୁଜରାଟ ବିକାଶର ନୂତନ ଦିଗ ଦେଖିଛି ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଏହି ନେତୃତ୍ୱ କ୍ଷମତା ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇଛି । ଏହି ଘଟଣା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା ଯାହା ଭାରତୀୟ ରାଜନୀତିରେ ମୋଦୀଙ୍କ ପ୍ରଭାବଶାଳୀ ନେତୃତ୍ୱ ପ୍ରତିଷ୍ଠା କରିଥିଲା ।

ଏହି ଅବସରରେ ଅମିତ ଶାହା ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନିକ ଜୀବନରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ୨୩ ବର୍ଷ ପୁର୍ତ୍ତି ହୋଇଛି । ଜଣେ ବ୍ୟକ୍ତି କିପରି ରାଷ୍ଟ୍ରହିତ ଏବଂ ଜନସେବା ପାଇଁ ନିଜ ଜୀବନ ସମର୍ପିତ କରିପାରେ ୨୩ ବର୍ଷର ସାଧନା ସେହି ଅଦ୍ୱିତୀୟ ସମର୍ପଣର ପ୍ରତୀକ ଅଟେ । ଏହି ୨୩ ବର୍ଷର ଯାତ୍ରା ସାମାଜିକ ଜୀବନଯାପନ କରୁଥିବା ଲୋକଙ୍କ ପାଇଁ ଏକ ଜୀବନ୍ତ ପ୍ରେରଣା । ଏହା ମୋ ପାଇଁ ଭାଗ୍ୟର ବିଷୟ କି ମୁଁ ତାଙ୍କ ଯାତ୍ରା ପାଇଁ ସାକ୍ଷୀ ରହିସାରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି କି ନ ଅଟକି, ନ ଥକି ଏବଂ ନିଜ ଚିନ୍ତା ପଛରେ ପକାଇ ଦେଶ ତଥା ଦେଶବାସୀଙ୍କୁ ସମର୍ପିତ ଏଭଳି ରାଷ୍ଟ୍ରସାଧକ ମୋଦୀ ଜୀଙ୍କ ସେବା ଓ ସମର୍ପଣର ୨୩ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଉଛି । ଅପରପକ୍ଷରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ନେତା ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ପ୍ରତିଷ୍ଠିତ ବ୍ୟକ୍ତି ମୋଦୀଙ୍କ କାର୍ଯ୍ୟକାଳ ସମୟରେ ଉପଲବ୍ଧିକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

 

Get real time updates directly on you device, subscribe now.