fbpx

ମୋଦୀଙ୍କ ‘ମନ୍ କି ବାତ୍’, କହିଲେ –କରୋନା ବିପଦ ଟଳିନି, ସତର୍କ ଜରୁରୀ

ନୂଆଦିଲ୍ଲୀ,୨୬ ।୭: କାରଗିଲ ବିଜୟ ଦିବସରେ ଦେଶର ବୀର ଯବାନମାନଙ୍କର ସାହସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ‘ଭାରତ ଯେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, ସେବେ ପାକିସ୍ତାନ ବଡ ବଡ ଯୋଜନା କରି କାରଗିଲ ଯୁଦ୍ଧ କରିବାର ଦୁଃସାହସ କରିଥିଲା । କିନ୍ତୁ ଏହି ଯୁଦ୍ଧରେ ଭାରତ ନିଜର ବୀରତ୍ୱ ଦେଖାଇ ପାକିସ୍ତାନକୁ ହରାଇଥିଲା ।’

ଏହା ସହ କରୋନା ସମ୍ପର୍କରେ ମୋଦୀ କହିଛନ୍ତି ଯେ, ‘କରୋନାରେ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ଦେଶରେ ସୁସ୍ଥ ହାର ଅନ୍ୟ ଦେଶଠାରୁ ଭଲ ରହିଛି । କରୋନା ବିପଦ ବର୍ତ୍ତମାନ ସୁଦ୍ଧା ଟଳି ନାହିଁ , ଫଳରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଡାକ୍ତରମାନେ ୧୦-୧୦ ଘଣ୍ଟା ଧରି ମାସ୍କ ପିନ୍ଧୁଛନ୍ତି । କରୋନା ବିରୋଧରେ ଲଢେଇ ଗମ୍ଭୀରତା ସହ ଲଢିବାକୁ ହେବ ।’

Get real time updates directly on you device, subscribe now.