ଅହମ୍ମଦାବାଦ; ଦୀର୍ଘ ବର୍ଷ ହେବ ଭାରତୀୟ ଦଳ ଯେଉଁ ଲକ୍ଷ୍ୟରେ ରହିଥିଲା ଆଜି ସେହି ଦିନ ଆସି ପହଞ୍ଚିଛି । ଆରମ୍ଭ ହେବାକୁ ଯାଉଛି ଐତିହାସିକ ୨୦୨୩ ବିଶ୍ୱକପ ମହାଲଢେଇ । ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଉଭୟ ଦଳର ଖେଳାଳି ମାନେ ଗ୍ରାଉଣ୍ଡକୁ ଆସିବାକୁ ପ୍ରସ୍ତୁତ ମଧ୍ୟ ହୋଇସାରିଲେଣି। ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଉଭୟେ ‘ଏକ୍ସ’ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ମୁକାବିଲା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ଶୁଭେଚ୍ଛା। ଦଳ ଅପରାଜିତ ରନ୍ ଜାରି କରି ତୃତୀୟ ଥର ପାଇଁ ବିଶ୍ୱକପ୍ ହାସଲ କରିବ। ସେହିପରି ‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ଟିମ୍ ଇଣ୍ଡିଆ ପ୍ରତି ଆନ୍ତରିକ ଶୁଭେଚ୍ଛା! ୧୪୦ କୋଟି ଭାରତୀୟ ଆପଣମାନଙ୍କୁ ଉତ୍ସାହ ଦେଉଛନ୍ତି। ଜାଜ୍ଜ୍ବଲ୍ୟମାନ ହୁଅ, ମନ ଦେଇ ଖେଳ ଓ କ୍ରୀଡ଼ାବିତ୍ର ପ୍ରାଣ ଜାଗୃତ କର।
All the best Team India!
140 crore Indians are cheering for you.
May you shine bright, play well and uphold the spirit of sportsmanship. https://t.co/NfQDT5ygxk
— Narendra Modi (@narendramodi) November 19, 2023
Wish the Indian Men's Cricket Team all the best for the final clash of #CWC23 against Australia in Ahmedabad. May the team continue its unbeaten run and lift the World Cup for the third time. #INDvsAUSfinal pic.twitter.com/aJqUro5ksC
— Naveen Patnaik (@Naveen_Odisha) November 19, 2023