ନୂଆଦିଲ୍ଲୀ: ୩ ସେନା ମୁଖ୍ୟଙ୍କ ସହ ଆଲୋଚନା ପରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେନା ମୁଖ୍ୟଙ୍କ ସହ ଆଲୋଚନା ପରେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଥିବା ସୂଚନା ପ୍ରକାଶ ପାଇଛି । ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ସେନାକୁ ମୋଦି ଗ୍ରୀନ୍ ସିଗନାଲ ଦେଇସାରିଛନ୍ତି ।
ପିଏମ୍ ଆବାସରେ ମୋଦି ଓ ଶାହାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ବୈଠକ ପରେ ସେନା ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଘନଘନ ବୈଠକ ପରେ ଭାରତୀୟ ସେନା ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରାଯାଉଛି । ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି ।
କାଲି ପୁଣି ଦ୍ୱିତୀୟ ଦିନ ପାଇଁ ସିସିଏସ୍ ବୈଠକ ବସିବା ନେଇ ସୂଚନା ।