ଆଜି ସନ୍ଧ୍ୟାରେ ପହଲଗାମ୍ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ମୋଦୀ

ସନ୍ଧ୍ୟା ୬ଟାରେ ମୋଦୀଙ୍କ ବାସଭବନରେ ବସିବ ସିସିଏସ୍ ବୈଠକ। ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଚହଳ। ପହଲଗାମ ଆତଙ୍କୀ ହମଲା। ସବୁଠି ଚର୍ଚ୍ଚା ଆଉ ଭୟ। ଯେଉଁଥିରେ ଯବାନ ନୁହେଁ ସାଧାରଣ ଲୋକଙ୍କ ଉପରେ ହମଲା କରିଛନ୍ତି ଆତଙ୍କବାଦୀ। ଆଉ ଏହି ଆକ୍ରମଣରେ ବିଶେଷ କରି ଭାରତୀୟ ଲୋକଙ୍କ ଜୀବନ ଯାଇଛି।

ଆଉ ଏହା ଉପରେ କଡ଼ା ଆକ୍ସନ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ହଁ ଆଜି ସନ୍ଧ୍ୟାରେ ବସିବ ସିସିଏସ୍ ବୈଠକ।

ଯାହାକି ବିଶେଷ କରି ପହଲଗାମ୍ ହମଲା ଉପରେ ପର୍ଯ୍ୟବେସିତ। ଏହି ବୈଠକ ଆଜି ସନ୍ଧ୍ୟାରେ ବସିବା ନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏହି ବୈଠକ ବସିବ।

ଦେଶର ସୁରକ୍ଷା ସମ୍ୱନ୍ଧୀୟ ଏହି ବୈଠକ ଡାକିଛନ୍ତି  ମୋଦୀ। ଅନୁମାନ କରାଯାଉଛି ଏହି ଭୟଙ୍କର ଆତଙ୍କୀ ହମଲା ବିରୋଧରେ କଠୋର ପଦକ୍ଷେପ ନିଆଯିବ। ତେଣୁ ମୋଦୀ ହଠାତ୍ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି।