fbpx

‘ରାହୁଲ ସୋନିଆଙ୍କୁ କିଛି ହେଲେ ଦେଶରେ ନିଆଁ ଜଳିବ’, ମୋଦୀଙ୍କୁ ବି ଟାର୍ଗେଟ କଲେ କଂଗ୍ରେସ ନେତା

Advertisement

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ନେଇ କଗ୍ରେଂସ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାହାକୁ ନେଇ ଅନେକ କଂଗ୍ରେସ ନେତା ହିଂସା ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା ଶେଖ ହୁସୈନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଯାହାପରେ ପୋଲିସ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି ।

ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ବ୍ୟବହାର କରିବା ଅଭିଯୋଗରେ ମହାରାଷ୍ଟ୍ରର କଂଗ୍ରେସ ନେତା ଶେଖ ହୁସୈନଙ୍କ ବିରୋଧରେ ନାଗପୁରର ଗିଟ୍ଟିଖଦାନ ପୋଲିସ ଷ୍ଟେସନରେ ପ୍ରାଥମିକ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଧାରା ୨୯୪ ଏବଂ ୫୦୪ ଆଇପିସି ଧାରା ଲଗାଯାଇଛି ।

ଶେଖ ହୁସୈନ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଯେଉଁ କାମ କରିବା କଥା ସେ କାମ ଛାଡ଼ି ମୋଦୀ ସରକାର ଫାଲତୁ କାମ କରୁଛି । ସେ କହିଥିଲେ ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଯଦି କିଛି ହୁଏ ତେବେ ଦେଶରେ ନିଆଁ ଲଗାଇଦେବୁ । ନାଗପୁରରେ କଂଗ୍ରେସ ୟୁନିଟ୍ ପୂର୍ବ ଅଧ୍ୟକ୍ଷ ଶେଖ ହୁସୈନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୃତ୍ୟୁ —- ଭଳି ହେବ ।

ସେପଟେ ଏହି ମନ୍ତବ୍ୟକୁ ନେଇ ଭାଜପା ମୁଖପାତ୍ର ଶହଜାଦ ପୂନାୱାଲା କହିଛନ୍ତି ଯେ କଂଗ୍ରେସର ଲୋକମାନେ ହିଂସା ପ୍ରବୃତିର ହୋଇଥାନ୍ତି । ଆଉ ଏବେ ଏମାନେ ପ୍ରଧାନମନ୍ତ୍ରୀଙ୍କୁ ବି ମାରିବାକୁ ଧମକ ଦେଲେଣି । କିନ୍ତୁ ତଥାପି ଏମାନେ ମହାତ୍ମା ଗାନ୍ଧୀଙ୍କ ନାଁରେ ପ୍ରଦର୍ଶନ କରୁଛନ୍ତି ଯେତେବେଳେ କି ମହାତ୍ମା ଗାନ୍ଧୀ ଅହିଂସା ସହ ଜଡ଼ିତ ଥିଲେ ।

ସେପଟେ ଶେଖ ହୁସୈନ କହିଛନ୍ତି ଯେ ମୋତେ ମୋର ବୟାନରେ କୌଣସି ଅବଶୋଷ ନାହିଁ । ମୁଁ ଏହା କେବଳ ଲୋକକଥା ଅନୂଯାୟୀ ଟିପ୍ପଣୀ କରିଥିଲି । ଯାହାକୁ ଭୁଲ୍ ଭାବରେ ଉପସ୍ଥାପନ କରାଯାଉଛି ।

Get real time updates directly on you device, subscribe now.