fbpx
BSKY SKY
BSKY SKY

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ୮ ଜଣ

BSKY

ନୂଆଦିଲ୍ଲୀ: ପଞ୍ଜାବର ମୋହାଲୀରେ ଚନାଲୋନ ସ୍ଥିତ ଇଣ୍ଡଷ୍ଟ୍ରିଆଲ ଫୋକାଲ ପଏଣ୍ଟର ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ନିଆଁ ଲାଗିଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ପୂରା ଫ୍ୟାକ୍ଟ୍ରୀରୁ କଳା ଧୂଅାଁ ଆକାଶରେ ବ୍ୟାପିଯାଇଛି ।

ଫ୍ୟାକ୍ଟ୍ରୀରେ ନିଆଁ ଲାଗିବା ପରେ ଚାରିଆଡେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହୋ ଦୁର୍ଘଟଣାରେ ଆଠ ଜଣ ଲୋକେ ଜଳିଯାଇଛନ୍ତି । ଅଗ୍ନିକାଣ୍ଡ ଘଟିବା ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚିଛି । ଦମକଳର ୨୪ଟି ଗାଡ଼ି ସେଠାରେ ଉପସ୍ଥିତ ଅଛି ଏବଂ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯାଉଛି ।

ତେବେ ଫ୍ୟାକ୍ଟ୍ରୀରେ ଏତେ ପରିମାଣରେ କିପରି ନିଆଁ ଲାଗିଲା, ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ଗୁରୁତର ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲୁରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ନିଆଁ ଲାଗିବାକୁ ନେଇ ତଦନ୍ତ ଚଲାଇଛି ।

Get real time updates directly on you device, subscribe now.