“ହାଇଟ୍ ତ ନାହିଁ..”, ସିରାଜଙ୍କ ଜିଦି ସାମ୍ନାରେ ହାରିଗଲେ କ୍ୟାପ୍ଟେନ ଗିଲ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ମହମ୍ମଦ ସିରାଜ ଓଲି ପୋପଙ୍କ ବିପକ୍ଷ ଡିଆରଏସ ନେବା ଲାଗି କ୍ୟାପ୍ଟେନ ଗିଲ୍‌ଙ୍କ ସାମ୍ନାରେ ଜିଦି ଧରିଲେ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଲର୍ଡସର ମଇଦାନରେ ଖେଳାଯାଉଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ଅବସ୍ଥା ଖରାପ ହୋଇଛି। ଏଥିସହ ଟିମ ୧୦୦ ରନ କରିବା ଯାଏଁ ନିଜର ଚାରୋଟି ୱିକେଟ୍ ହରାଇଛି।

ଏହାରି ମଧ୍ୟରେ ମହମ୍ମଦ ସିରାଜଙ୍କର କମାଲ ଦେଖିବାକୁ ମିଳିଛି। ସେ ବେନ ଡକେଟ ଏବଂ ଓଲି ପୋପଙ୍କ ଶସ୍ତାରେ ପାଭେଲିୟନ ପଠାଇଛନ୍ତି। ଡକେଟଙ୍କୁ ଭାରତୀୟ ଦ୍ରୁତ ବୋଲର ବୁମରାଙ୍କ ହାତରେ କ୍ୟାଚ୍ କରାଇଛନ୍ତି। ତେବେ ପୋପଙ୍କ ବିରୋଧରେ ଡିଆରଏସ ନେବା ଲାଗି ସିରାଜ କ୍ୟାପ୍ଟେନ ଶୁଭମନ ଗିଲଙ୍କ ସାମ୍ନାରେ ଜିଦି ଧରିଥିଲେ।

ଓଲି ପୋପ ୪ ରନ କରି ବ୍ୟାଟିଂ କରୁଥିଲେ ଏବଂ କ୍ରୀଜରେ ସେଟ ହେବାକୁ ଚେହ୍‌ଟା କରୁଥିଲେ। ସିରାଜ ବେନ ଡକେଟଙ୍କ ୱିକେଟ ନେଇସାରିଥିଲେ। ଇନିଂସର ଦ୍ୱାଦଶ ଓଭରର ଶେଷ ବଲ ପୋପଙ୍କ ପ୍ୟାଡ ଉପରେ ଲାଗିଥିଲା।

ସିରାଜ ଏବଂ ଟିମ ଇଣ୍ଡିଆର ସମସ୍ତ ଖେଳାଳି ଜୋରଦାର ଅପିଲ କରିଥିଲେ। ହେଲେ ଅମ୍ପାୟାର କୌଣସି ସଂକେତ ଦେଇନଥିଲେ। ସିରାଜ କ୍ୟାପ୍ଟେନ ଗିଲଙ୍କଠାରୁ ଡିଆରଏସ ନେବାକୁ କହିଥିଲେ।

ହେଲେ ଗିଲ ଏବଂ ଅନ୍ୟ ପ୍ଲେୟାର୍ସ ଏହାର ସପକ୍ଷରେ ନଥିଲେ। ଭାରତୀୟ କ୍ୟାପ୍ଟେନଙ୍କ କହିବାନୁଯାୟୀ, ବୋଧହୁଏ ବଲ ଉପରକୁ ଲାଗିଛି ଏବଂ ହାଇଟ କାରଣରୁ ରିଭ୍ୟୁ ଖରାପ ହୋଇଯିବ।

ହେଲେ, ସିରାଜ କ୍ୟାପ୍ଟେନ ଗିଲଙ୍କ ସାମ୍ନାରେ ଜିଦି ଧରି ବସିଲେ ଏବଂ ସେ ରିଭ୍ୟୁ ନେବା ପାଇଁ ବାଧ୍ୟ କରିଥିଲେ। ସିରାଜ ଗିଲ୍‌ଙ୍କୁ କହିଥିଲେ ଯେ, ସାମ୍ନାରେ ଅଛି ଭାଇ, ହାଇଟ ତ ନାହିଁ।

କ୍ୟାପ୍ଟେନ ଗିଲ୍ ଡିଆରଏସ ନେବାକୁ ଇଂଗିତ କରିଥିଲେ। ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ, ବଲ ପୋପଙ୍କ ପ୍ୟାଡରେ ଲାଗିଥିଲା। ଅନଫିଲ୍ଡ ଅମ୍ପାୟାରଙ୍କୁ ନିଜର ନିଷ୍ପତ୍ତି ବଦଳାଇବାକୁ ପଡ଼ିଲା ଏବଂ ପୋପଙ୍କୁ ଆଉଟ କରାଗଲା। ୱିକେଟ ମିଳିବା ସହ ସିରାଜ ପୂରା ଜୋଶରେ ସେଲିବ୍ରେଟ କରୁଥିବା ନଜର ଆସିଛନ୍ତି। ସିରାଜଙ୍କ ଜିଦି ଟିମ ଇଣ୍ଡିଆର କାମରେ ଆସିଗଲା ଏବଂ ଭାରତୀୟ ଟିମ ହାତରେ ଏକ ବଡ଼ ୱିକେଟ ଲାଗିଲା।