Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ
Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି ।
ନୂଆଦିଲ୍ଲୀ: Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଏବେ ଟିମରେ ସ୍ଥାନ ମିଳିଛି ।
ଚାମ୍ପିଅନ୍ସ ଟ୍ରଫି 2025ରେ ଖେଳିଥିଲେ ଶାମି । ଏବଂ ସମସ୍ତେ ତାଙ୍କୁ ଇଂଲଣ୍ଡ ଗସ୍ତରେ ମଧ୍ୟ ଯିବେ ବୋଲି ଆଶା କରିଥିଲେ । ଏବେ ଦୁଲୀପ ଟ୍ରଫି ମାଧ୍ୟମରେ ଶାମିଙ୍କୁ ଭାରତୀୟ ଦଳକୁ ଫେରିବାର ସୁଯୋଗ ମିଳିଛି ।
ଇଶାନ କିଶାନଙ୍କୁ ଅଧିନାୟକ ପଦ ମିଳିଲା
ଅଗଷ୍ଟ 1 ରେ ଦୁଲୀପ ଟ୍ରଫି ପାଇଁ ଏହାର 15 ଜଣିଆ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ଯେଉଁଥିରେ ସେ ୱିକେଟକିପର ବ୍ୟାଟସମ୍ୟାନ୍ ଇଶାନ କିଶାନଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଛନ୍ତି। ଇଶାନ କିଷାନ କାଉଣ୍ଟି ଚାମ୍ପିଅନସିପ୍ ଡିଭିଜନ ୱାନରେ ନଟିଂଘମଶାୟାର ପାଇଁ ଖେଳିଥିଲେ ଯେଉଁଥିରେ ସେ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ।
ଶାମି ଏବଂ ଇଶାନ କିଷାନଙ୍କ ବ୍ୟତୀତ ଇଷ୍ଟ ଜୋନ୍ ଦଳର ଅନ୍ୟ ବଡ଼ ଖେଳାଳିଙ୍କ ମଧ୍ୟରେ ଆକାଶ ଦୀପ, ମୁକେଶ କୁମାର ଏବଂ ରିୟାନ ପରାଗ ଅଛନ୍ତି। ଏହା ବ୍ୟତୀତ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଇଷ୍ଟ ଜୋନ୍ ୨୮ ଅଗଷ୍ଟରେ BCCI ସେଣ୍ଟର ଅଫ୍ ଏକ୍ସେଲେନ୍ସ ଗ୍ରାଉଣ୍ଡରେ ନର୍ଥ ଜୋନ୍ ବିପକ୍ଷରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ରିଜର୍ଭ ଖେଳାଳିରେ ସାମିଲ
ମାତ୍ର ୧୪ ବର୍ଷ ବୟସରେ ନିଜର ଜବରଦସ୍ତ ଖେଳ ଦ୍ୱାରା ବିଶ୍ୱ କ୍ରିକେଟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବାମହାତୀ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୁଲୀପ ଟ୍ରଫି ପାଇଁ ଘୋଷିତ ଇଷ୍ଟ ଜୋନ୍ ଦଳରେ ରିଜର୍ଭ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି। ଏହା ବ୍ୟତୀତ ଆଶୀର୍ବାଦ ସ୍ୱାଇନ୍, ମୁଖତାର ହୁସେନ ଏବଂ ରାହୁଲ ସିଂହଙ୍କୁ ମଧ୍ୟ ରିଜର୍ଭ ଖେଳାଳିଙ୍କ ତାଲିକାରେ ସ୍ଥାନ ମିଳିଛି।
ଦୁଲିପ୍ ଟ୍ରଫି 2025 ପାଇଁ ଇଷ୍ଟ ଜୋନ୍ ସ୍କାର୍ଡ ବା ଦଳ
ଇଶାନ କିଶନ (କ୍ୟାପଟେନ), ଅଭିମନ୍ୟୁ ଇଶ୍ବରନ (ଭାଇସ କ୍ୟାପଟେନ), ସନ୍ଦୀପ ପଟ୍ଟନାୟକ, ବିରାଟ ସିଂ, ଦିନେଶ ଦାସ, ଶ୍ରୀଦାମ ପାଲ, ଶରଣଦୀପ ସିଂ, କୁମାର କୁଶାଗ୍ର, ରିୟାନ ପରାଗ, ଉତ୍କଳ ସିଂ, ମନୀଷୀ, ସୁରଜ ସିନ୍ଧୁ ଜୟସୱାଲ, ମୁକେଶ କୁମାର, ଆକାଶ ଦୀପ, ମହମ୍ମଦ ଶାମି ।
ରିଜର୍ଭ ଖେଳାଳି ତାଲିକା – ମୁଖାର୍ ହୁସେନ୍, ଆଶର୍ବାଦ ସ୍ବେନ, ବୈଭବ ସୂର୍ଯ୍ୟବଂଶି, ସ୍ବସ୍ତିକ ସାମଲ, ସୁଦୀପ କୁମାର ଘରାମି, ରାହୁଲ ସିଂ।