ନୂଆଦିଲ୍ଲୀ: ପ୍ରାୟ ବର୍ଷକ ପରେ ମଇଦାନକୁ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟା ଏବଂ ସର୍ଜରୀ ପରେ ପୁଣିଥରେ ଶାମୀ ପଡ଼ିଆରେ ଏଣ୍ଟ୍ରି କରିଛନ୍ତି । ପ୍ରଥମ ମ୍ୟାଚରେ ହିଁ ୭ଟି ୱିକେଟ ହାସଲ କରିଛନ୍ତି ଶାମୀ । ଏହି ଦମଦାର ସ୍ପେଲ ସହିତ ସେ ଦଳକୁ ଏକ ଦମଦାର ବିଜୟ ଭେଟି ଦେଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ରେ ଆହତ ହୋଇ ସେ କ୍ରିକେଟରୁ ଦୂରେଇ ଯାଇଥିବା ବେଳେ ବର୍ତ୍ତମାନ ରଣଜୀ ଟ୍ରଫିରେ ଦମଦାର କମବ୍ୟାକ କରିଛନ୍ତି । ବେଙ୍ଗଲ ତରଫରୁ ଶାମୀ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ କମବ୍ୟାକ କରି ୭ଟି ୱିକେଟ ହାସଲ କରିଛନ୍ତି ।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ବେଙ୍ଗଲ-ମଧ୍ୟପ୍ରଦେଶ ମ୍ୟାଚରେ ଶାମୀ କ୍ରିକେଟ ମଇଦାନକୁ କମବ୍ୟାକ କରିଛନ୍ତି । ପ୍ରଥମ ଇନିଂସରେ ୧୯ ଓଭର ବୋଲିଂ କରି ୪ଟି ସଫଳତା ହାସଲ କରିଛନ୍ତି ଶାମୀ । ଏହାବ୍ୟତୀତ ବ୍ୟାଟିଂ କରିବା ବେଳେ ୨ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ବୋଲିଂ କରିଛନ୍ତି ଶାମୀ । ୨୪.୨ ଓଭରରୁ ୧୦୨ ରନ୍ ଖର୍ଚ୍ଚ କରି ସେ ୩ଟି ୱିକେଟ ନିଜ ନାମରେ କରିଛନ୍ତି । କିନ୍ତୁ ବ୍ୟାଟିଂ ଏହି ଇନିଂସରେ ୩୬ ବଲରୁ ୩୭ ରନ୍ କରିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ପ୍ରାୟ ବର୍ଷକ ପରେ ଆହତ ସମସ୍ୟାରୁ ବାହାରି ପ୍ରଥମ ମ୍ୟାଚରେ ହିଁ ଶାମୀ ଦମଦାର ପ୍ରଦର୍ଶନ କରିଛନ୍ତି ।
ଦଳର କୋଚ୍ ଲକ୍ଷ୍ମୀରତନ ଶୁକ୍ଳା କହିଛନ୍ତି ଯେ, ୩୪ ବର୍ଷୀୟ ବୋଲର ଫିଟ୍ ଅଛନ୍ତି ଏବଂ ଗୋଡରେ ଆଘାତ ଲାଗି ସୁସ୍ଥ ହେବା ପରେ ସେ ଭଲ ଫର୍ମରେ ଥିବା ଜଣାପଡିଛି। ଗତ ବର୍ଷ ନଭେମ୍ବର ୧୯ ରେ ହେବାକୁ ଥିବା ବିଶ୍ୱକପ ୨୦୨୩ ର ଫାଇନାଲ ପରଠାରୁ ପ୍ରତିଯୋଗିତାମୂଳକ କ୍ରିକେଟ୍ ଠାରୁ ଦୂରରେ ଥିବା ଶାମିଙ୍କର ଗୋଡରେ ଆଘାତ ଲାଗିଥିଲା ଯେଉଁଥିପାଇଁ ତାଙ୍କୁ ଅପରେସନ୍ କରିବାକୁ ପଡିଲା । ଶୁକ୍ଲା କହିଛନ୍ତି ଯେ ଶାମି ଏକ ବର୍ଷ ପରେ ପଡ଼ିଆରେ ଦମଦାର ଷ୍ଟାଇଲରେ କମବ୍ୟାକ କରିଛନ୍ତି।