fbpx

Video: ଦାସୁନ୍ ସନାକାଙ୍କୁ ମଙ୍କଡିଂ ଆଉଟ୍ କଲେ ମହମ୍ମଦ ଶାମି, ଆବେଦନ ପ୍ରତ୍ୟାହାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଗୁଆହାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ସନାକା ଅପରାଜିତ ଶତକ ହାସଲ କରିଥିଲେ ମଧ୍ୟ ନିଜ ଟିମ୍ କୁ ଜିତାଇବାରେ ବିଫଳ ହୋଇଛନ୍ତି। ଏହି ମ୍ୟାଚରେ ଶ୍ରୀଲଙ୍କା ୬୭ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଏହି ମ୍ୟାଚରେ ସନକା ୯୮ ରନ୍ ରେ ଆଉଟ ହୋଇଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମହମ୍ମଦ ସାମୀଙ୍କୁ ଏହି ଆଉଟ ଆବେଦନ ପ୍ରତ୍ୟାହାର କରିବାକୁ କହିଥିଲେ। ଯାହା ଫଳରେ ଶ୍ରୀଲଙ୍କା ଅଧିନାୟକ ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ ସ୍କୋର କରିଥିଲେ। ପ୍ରକୃତରେ ମହମ୍ମଦ ସାମୀ ସନକାଙ୍କୁ ମଙ୍କଡିଂ କରି ଆଉଟ କରିଥିଲେ।

ଏହି ଘଟଣା ଘଟିଥିଲା ଶ୍ରୀଲଙ୍କା ଇନିଂସର ଶେଷ ଓଭରରେ ରହିଛି। ତୃତୀୟ ବଲ ବୋଲିଂ କରିବା ପୂର୍ବରୁ ମହମ୍ମଦ ଶାମି ଅଣ ଷ୍ଟ୍ରାଇକର ଶେଷରେ ଦାସୁନ୍ ସନାକାଙ୍କୁ ଆଉଟ୍ କରିଥିଲେ। ଅମ୍ପାୟାର ନିତିନ ମେନନ ଏହାକୁ ତୃତୀୟ ଅମ୍ପାୟାରଙ୍କ ନିକଟକୁ ରେଫର କରିଥିଲେ। ତା’ପରେ ରୋହିତ ଶର୍ମା ମହମ୍ମଦ ଶାମିଙ୍କ ସହ କଥା ହୋଇ ତାଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ କହିଥିଲେ। ଆପଣ ଏହି ଖବରରେ ନିମ୍ନରେ ଥିବା ଭିଡିଓରେ ଦେଖିପାରିବେ।

ମ୍ୟାଚ୍ ପରେ ମଧ୍ୟ ରୋହିତ ଶର୍ମାଙ୍କୁ ଦାସୁନ୍ ଶନାକାଙ୍କ ବିରୋଧରେ ହୋଇଥିବା ଆବେଦନ ପ୍ରତ୍ୟାହାର ବିଷୟରେ ପଚରାଯାଇଥିଲା, ସେ କହିଛନ୍ତି ମୁଁ ଜାଣି ନଥିଲି ଶାମି ଏପରି କରିଛନ୍ତି। ସେ ୯୮ ରେ ବ୍ୟାଟିଂ କରୁଥିଲେ। ସେ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ବହୁତ ଉତ୍ସାହ ଜଣକ ଥିଲା। ଆମେ ତାଙ୍କୁ ସେପରି ଆଉଟ କରି ପାରିବା ନାହିଁ। ଶାନାକା ୫୦ ତମ ଓଭରର ୫ ମ ବଲରେ ଚୌକ ସହ ତାଙ୍କର ଶତକ ପୂରଣ କରିଥିଲେ। ଏହାପରେ ସେ ଶେଷ ବଲରେ ଛକା ମାରିଥିଲେ ଏବଂ ୮୮ ବଲରୁ ୧୦୮ ରନ୍ ସ୍କୋର କରି ଅପରାଜିତ ରହିଥିଲେ।

Get real time updates directly on you device, subscribe now.