fbpx

ମହମ୍ମଦ ଶାମୀ ପାଇବେ ‘ଅର୍ଜୁନ ପୁରସ୍କାର’: ୨ କ୍ରୀଡ଼ାବିତଙ୍କୁ ଖେଳରତ୍ନ, ଜାଣନ୍ତୁ କେଉଁମାନଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ଚଳିତବର୍ଷ ପାଇଁ କ୍ରୀଡ଼ା ଜଗତର ସବୁଠାରୁ ବଡ଼ ପୁରସ୍କାର ପାଇଁ ଘୋଷଣା ହୋଇଯାଇଛି । ୨ ଜଣ କ୍ରୀଡ଼ାବିତଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଏହାସହିତ ୨୬ ଜଣ ଅର୍ଜୁନ ପୁରସ୍କାର ସମ୍ମାନିତ ହେବେ । ତେବେ ଇଣ୍ଡିଆନ୍ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀ ମଧ୍ୟ ଏହି ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି । ଶାମୀଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି । ଏହାବ୍ୟତୀତ ହକିର ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ୨ ଜଣ ବ୍ୟାଡମିଣ୍ଟନ ଖେଳାଳି ।

ସୂଚନା ଅନୁସାରେ, ଚଳିତବର୍ଷ ୨ ଜଣ କୀଡ଼ାବିତ୍ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କର ପ୍ରଦାନ କରାଯିବ । ଏହି ତାଲିକାରେ ବ୍ୟାଡମିଣ୍ଟନ୍ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଙ୍କୁ ସାମିଲ କରାଯାଉଛି । ଏହାସହିତ ବ୍ୟାଡମିଣ୍ଟନ ଖେଳାଳି ରାଙ୍କିରେଡ୍ଡୀ ସାତ୍ତ୍ୱିକ ସାଇରାଜ ମଧ୍ୟ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେବେ । ସେହିପରି ୨୬ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । କ୍ରିକେଟ ଜଗତର ଷ୍ଟାର ବୋଲର ମହମ୍ମଦ ଶାମୀ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ଦିନିକିଆ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଏହି ପୁରସ୍କାର ପାଇଁ ତାଙ୍କ ନାମକୁ ସୁପାରିଶ କରିଥିଲା ବୋର୍ଡ । ବର୍ତ୍ତମାନ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜରାଯାଇଛି ।

Get real time updates directly on you device, subscribe now.