ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ କେବେ ଦେଖି ନ ଥିଲି କହିଲେ ମୁଖ୍ୟମନ୍ତ୍ରୀ । ଘରୋଇ ଯିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ଅନେକ କଥା କହିଛନ୍ତି ।
ସେ କହିଛନ୍ତି ଯେ, ହାର୍ଡୱାର୍କ ସହ ସ୍ମାର୍ଟ ୱାର୍କରେ ମୁଁ ବିଶ୍ୱାସ କରେ । ସ୍ମାର୍ଟ ୱାର୍କ ଭଲ କିନ୍ତୁ ହାର୍ଟ ୱାର୍କ କରିବାକୁ ବ୍ୟକ୍ତିଗତ ଭାବେ ଭଲଲାଗେ । ମିଳିଥିବା ଦାୟିତ୍ୱକୁ ଆହ୍ୱାନ ଭାବେ ନେଇ କାମ କରୁଛି । ଚାପରେ କାମ କରେନି ।
ଗୋଟିଏ ବର୍ଷର ଶାସନ ଭିତରେ ବଡ଼ ଆହ୍ୱାନ ସାମ୍ନାକୁ ଆସିନାହିଁ । ଗତ ସରକାରରେ ଜନସାଧାରଣ ଫଳ ପାଉ ନଥିଲେ । ବିଭାଗୀୟ ମନ୍ତ୍ରୀ ହେବାକୁ ଆଶା ଥିଲା । ହେଲେ ମୁଖ୍ୟମନ୍ତ୍ରୀ ହେବାକୁ କେବେ ଆଶା କରି ନ ଥିବା କହିଲେ ମୋହନ ମାଝୀ ।