fbpx

ବିନା OTPରେ Credit Cardରୁ ଯାଉଛି ଟଙ୍କା ! ଆପଣ ବି କରୁଛନ୍ତି କି ଏହି ଭୁଲ ?

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡ କିମ୍ବା ଅନ୍ଲାଇନ୍ କାରବାର କରିବା ପୂର୍ବରୁ ଆମକୁ ଅନେକ ଦିଗ ପ୍ରତିି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହାକୁ ଅଣଦେଖା କରିବା ଦ୍ୱାରା ଏକ ବଡ କ୍ଷତି ସହିବାକୁ ପଡିଥାଏ । ଯେମିତି ଆପଣଙ୍କ ନିକଟକୁ OTP ଆସିନଥିବ, କିନ୍ତୁ ଆପଣଙ୍କ କାର୍ଡରୁ ଟଙ୍କା ଉଠିସାରିଥିବ ବା ୱିଡ୍ର ହୋଇସାରିଥିବ । ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ ଯେ, ମୁଁ OTP ଦେଇନି, ତାହାଲେ ମୋ କାର୍ଡରୁ ଟ୍ରାଜାଙ୍କସନ୍ ହେଲା କିଭଳି । କିନ୍ତୁ ଆପଣଙ୍କ ଅଜାଣତରେ ଆପଣଙ୍କ କେଡ୍ରିଟ୍ କାର୍ଡରୁ ଟ୍ରାଜାଙ୍କସନ୍ ସରିଥିବ । ଏହାର ବିଲ୍ ଭରିବା ଛଡା ଆପଣଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିବ ।

ଯେତେବେଳେ ବି ଆପଣ ଏକ ଆନ୍ତର୍ଜାତୀୟ କାରବାର କରନ୍ତି, ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ କାର୍ଡର ବିବରଣୀ ପ୍ରବେଶ କରିବାକୁ ପଡିବ ଏବଂ ଆପଣଙ୍କ କାର୍ଡରୁ ଟଙ୍କା ୱିଡ୍ର କରାଯିବ । ତାହା ହେଉଛି, ଏଥିରେ OTP ର କୌଣସି ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣଙ୍କର କ୍ରେଡିଟ୍ କାର୍ଡ ସବୁଦିନ ପାଇଁ ସୁରକ୍ଷିତ ହୋଇପାରିବ ।

VPN ସଂଯୋଗ- ଆପଣଙ୍କ ସହିତ ଘଟୁଥିବା ଠକେଇର VPN ସଂଯୋଗ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ । VPN ସଂଯୋଗର ଅର୍ଥ ହେଉଛି ଯେକୌଣସି ୟୁଜର୍ସ ଆପଣଙ୍କ ସ୍ମାର୍ଟଫୋନରେ ଥିବା ସମସ୍ତ ତଥ୍ୟକୁ ସହଜରେ ଜାଣିପାରିବେ । ଏଥିପାଇଁ ସେମାନଙ୍କୁ ବେଶୀ କିଛି କରିବାକୁ ମଧ୍ୟ ପଡ଼ିବ ନାହିଁ । VPN ସଂଯୁକ୍ତ ହେବା ମାତ୍ରେ ସମଗ୍ର ଡିଭାଇସର କମାଣ୍ଡ ହ୍ୟାକର ହାତରେ ଲାଗିବ । ଏପରି ପରିସ୍ଥିତିରେ VPNକୁ ସଂଯୋଗ କରିବା ପୂର୍ବରୁ ଆପଣ ଯାଞ୍ଚ କରିବା ଉଚିତ୍ ।

ଅନେକ ଥର ଦେଖାଯାଏ ଯେ ସ୍କାମରମାନେ ମଧ୍ୟ ଆପଣଙ୍କଠାରୁ OTP ନ ପାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାନ୍ତି ଏବଂ ଏହା ମଧ୍ୟ ହେଉଛି VPN ସଂଯୋଗର ଖେଳ । ଯେବେ ବି VPN ସଂଯୋଗ ହୁଏ ସେତେବେଳେ କେହି ଆପଣଙ୍କ ସ୍ମାର୍ଟଫୋନକୁ ନିୟନ୍ତ୍ରଣ କରିପାରିବେ । ବିନା ଅନୁମତିରେ ସ୍ମାର୍ଟଫୋନର ସମସ୍ତ ତଥ୍ୟକୁ ପଢି ପାରିବ । ତେଣୁ ପ୍ରତ୍ୟେକ ବ୍ୟବହାରକାରୀ ବହୁତ ସଚେତନ ହେବା ଆବଶ୍ୟକ ।

Get real time updates directly on you device, subscribe now.