ଗଛରୁ ହେଲା ଟଙ୍କା ବର୍ଷା, ଲୋକେ ଦେଖି ଆଶ୍ଚର୍ଯ୍ୟ

ଗଛରୁ ଟଙ୍କା ବର୍ଷା ଦେଖି ଯିଏ ଯାହା ପାଇଲେ ଉଠାଇନେଲେ

ତାମିଲନାଡୁ: ହଠାତ ଆକାଶରୁ ହେଲା ଟଙ୍କା ବର୍ଷା, ସମସ୍ତେ ଦେଖି ଆଶ୍ଚର୍ଯ୍ୟ। ଯିଏ ଯାହା ପାଇଲେ ଉଠାଇନେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ପ୍ରସିଦ୍ଧ ପାହାଡ଼ ଷ୍ଟେସନ କୋଡାଇକାନାଲରେ।

କୋଡାଇକାନାଲର ଗୁନା ଗୁମ୍ଫା, ଯେଉଁଠି ମାଲାୟଲମ ଚଳଚ୍ଚିତ୍ର ‘ମଞ୍ଜୁମ୍ମାଲ ବଏଜ୍’ ସୁଟିଙ୍ଗ ହୋଇଥିଲା। ସେବେଠାରୁ ଏହି ଜାଗାଟି ବେଶ ଲୋକପ୍ରିୟ ହୋଇଯାଇଛି। ସେଥିପାଇଁ ଖରାଦିନେ ଏଠାକୁ ପାଖାପାଖି 5 ଲକ୍ଷରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

ଏହିଠାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଉଛି, ଏକ ମାଙ୍କଡ଼ କର୍ଣ୍ଣାଟକର କିଛି ପର୍ଯ୍ୟଟକଙ୍କ ବ୍ୟାଗରୁ 500 ଟଙ୍କାର ଏକ ବଣ୍ଡଲ ନେଇଯାଇ ଗଛକୁ ଚଢ଼ିଗଲା।

ସମସ୍ତେ ଭାବିଲେ ସେ ଏହାକୁ ନେଇ କୁଆଡେ ପଳେଇବ କି ଚିରିଦେବ। କିନ୍ତୁ ମାଙ୍କଡର କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମାଙ୍କଡ ଏହାକୁ ନେଇ ଗଛର ପୁରା ଉପରକୁ ଯାଇ ନୋଟ ବିଡ଼ାରୁ ଗୋଟିଏ ପରେ ଗୋଟିଏ ନୋଟ୍ ବାହାର କରି ତଳେ ଫୋପାଡ଼ିବାକୁ ଲାଗିଲେ।

ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସେଠାରେ ଉପସ୍ଥିତ ଜଣେ ପର୍ଯ୍ୟଟକ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।