fbpx

PM Kisan Yojna; କାଲି ଆସିବ ଟଙ୍କା: ଏଥର ମିଳିବ ୪,୦୦୦! ୧୮ତମ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ଯିବ ଏତିକି ଟଙ୍କା

ଓଡ଼ିଶା ଭାସ୍କର: ଆସନ୍ତାକାଲି ଦେଶର ସମସ୍ତ କୃଷକଙ୍କୁ ମିଳିବ ପିଏମ କିସାନ ଯୋଜନାର ୧୮ତମ କିସ୍ତି । ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାର ଯୋଜନାର ୧୮ତମ କିସ୍ତି ଟଙ୍କା ପଠାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାସିମରୁ ଦେଶର ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ତେବେ ଆସନ୍ତାକାଲି ଦେଶର ମୋଟ ୯.୫୧ କୋଟି କୃଷକ ହିତାଧିକାରୀ ଯୋଜନାର ୧୮ତମ କିସ୍ତି ପାଇପାରିବେ । ଏହି ପର୍ଯ୍ୟାୟରେ ଡିବିଟି ଜରିଆରେ ମୋଟ ୨୦,୫୫୨ କୋଟି ଟଙ୍କା ପଠାଇବେ ମୋଦୀ ସରକାର ।

କେଉଁମାନେ ପାଇବେ ଯୋଜନାର ୧୮ତମ କିସ୍ତି?

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୭ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୮ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୨କୋଟି କୃଷକଙ୍କୁ ଖୁବଶୀଘ୍ର ୧୮ତମ କିସ୍ତି ପ୍ରଦାନ କରିବେ ମୋଦୀ ସରକାର । ଆସନ୍ତା ନଭେମ୍ବର ମାସରେ କୃଷକ ଏହି କିସ୍ତି ଟଙ୍କା ପାଇପାରନ୍ତି । ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୮ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଇ-କେୱାଇସି କରିବାକୁ ପଡିବ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ।

ଏହିମାନଙ୍କୁ ମିଳିବ ୪,୦୦୦ ଟଙ୍କା:

ସାଧାରଣ ନିର୍ବାଚନ ପରେ ମୋଦୀ ସରକାର ଦାୟିତ୍ୱ ନେବା ସହ ପ୍ରଥମ ଫାଇଲ ଭାବରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ପିଏମ କିସାନ ଯୋଜନା ଦସ୍ତାବିଜରେ ଦସ୍ତଖତ କରିଥିଲେ । ଏହାସହିତ ଜୁନ୍ ମାସରେ କୃଷକଙ୍କୁ ୧୭ତମ କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହାର ୧୮ତମ କିସ୍ତି ଟଙ୍କା ପଠାଇବେ ସରକାର । ଏହି ୧୮ତମ କିସ୍ତିରେ କିଛି କୃଷକ ୨,୦୦୦ଟଙ୍କା ପରିବର୍ତ୍ତେ ୪,୦୦୦ ଟଙ୍କା ପାଇବେ । କାରଣ କିଛି କାରଣ ପାଇଁ ଅନେକ କୃଷକ କେୱାଇସି କରିବାରେ ସଫଳ ହୋଇ ପାରି ନଥିଲେ । ତେଣୁ ସେମାନଙ୍କ ଆକାଉଣ୍ଟରେ ଯୋଜନାର ୧୭ତମ କିସ୍ତି ପହଞ୍ଚି ପାରିନାହିଁ । ସେଥିପାଇଁ ଆସନ୍ତା ୧୮ତମ କିସ୍ତିରେ ଏହି କୃଷକ ହିତାଧିକାରୀମାନଙ୍କୁ ଦୁଇଟି କିସ୍ତି ଏକାସାଙ୍ଗରେ ପଠାଯିବ । ଅର୍ଥାତ ଏହି କୃଷକମାନେ ୧୭ତମ କିସ୍ତିର ୨,୦୦୦ ଟଙ୍କା ସହ ୧୮ତମ କିସ୍ତିର ୨,୦୦୦ ଟଙ୍କା ଏକାସାଙ୍ଗରେ ପାଇପାରିବେ । ତେବେ ୧୭ତମ କିସ୍ତି ପାଇଥିବା କୃଷକଙ୍କ ଆକାଉଣ୍ଟକୁ ସ୍ୱାଭାବିକ ଭାବରେ ୨୦୦୦ ଟଙ୍କା ହିଁ ପଠାଯିବ ।

Get real time updates directly on you device, subscribe now.