fbpx

ପାଟିରେ ମଦ ବୋତଲ ଖୋଲି ଢ଼କଢ଼କ କରି ପିଇଗଲା ମାଙ୍କଡ଼, ଦେଖନ୍ତୁ ଭିଡ଼ିଓ

Advertisement

କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ହୋଇଗଲେଣି, କିନ୍ତୁ ଏପରି କିଛି ଅଭ୍ୟାସ ପଶୁଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ମଣ୍ଡଲାରେ ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ମାଙ୍କଡ ମଦ ବୋତଲକୁ ନିଜ ପାଟିରେ ଖୋଲିବା ପରେ ଢ଼କଢ଼କ କରି ପିଇବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଏକ ଦୋକାନ ଭିତରେ ରେକର୍ଡିଂ ହୋଇଥିବା ବେଳେ ମାଙ୍କଡର ମଦ ପିଇବା ଦେଖି ଲୋକମାନେ ବି ଚକିତ ହୋଇଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ମାଙ୍କଡ଼ ମଦ ବୋତଲକୁ ଖୋଲିବାକୁ ଚେଷ୍ଟା କରୁଛି । ଠିପି ଖୋଲିବା ପରେ ମୁହଁ ଲଗାଇ ଷ୍ଟାଇଲରେ ମଦ ପିଉଛି । ସେଠାରେ ବସିଥିବା ଦୋକାନୀ ମଧ୍ୟ ଲଗାତାର ଭାବେ ମାଙ୍କଡ଼କୁ ଉସକାଉଛି । ମାଙ୍କଡ଼ର ଏଭଳି ମଦ୍ୟପାନ ଦେଖି ଅନେକ ଲୋକ ଦୋକାନରେ ଭିଡ଼ ଲଗାଇବା ସହ ଭିଡିଓ କରୁଛନ୍ତି ।

Get real time updates directly on you device, subscribe now.