Smart Monkey: (ଭାଇରାଲ ଭିଡିଓ) ମହିଳା ବୁଝିଗଲେ ମାଙ୍କଡ଼ର ମନ କଥା, ବୋତଲ ଖୋଲି ପିଆଇଲେ ପାଣି

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମାଙ୍କଡର ଶୋଷ ମେଣ୍ଟାଇଲେ ମହିଳା ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆ ୟୁଜରର୍ସ ଙ୍କ ମଧ୍ୟରେ ବଡ ଡିବେଟ୍ ଆରମ୍ଭ ହୋଇଯାଏ ।

ବର୍ତ୍ତମାନ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଅନେକ ଲୋକ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । କାରଣ ଏହି ଭିଡିଓକୁ ଯିଏ ବି ଦେଖିବ ସେ ନିହାତି ଭାବେ ଜାଣିପାରିବ ପଶୁର ମନ କଥା ଜାଣିବା କେତେ କଷ୍ଟ ।

ଭାଇରାଲ ଭିଡିଓ ଅନୁସାରେ ଏକ ଛୁଆ ମାଙ୍କଡ଼ ପାଣି ପିଇବା ପାଇଁ ଆତୁର ହେଉଥିଲା । ଷ୍ଟେଶନରେ ଛିଡ଼ା ରହିଥିବା ପିଲାଙ୍କ ପାଖରେ ଡିଆଁ ମାଡ଼ିଥିଲା । କାରଣ ସେ ଜାଣିଥିଲା ପିଲାଙ୍କ ବ୍ୟାଗରେ ଥିବା ପାଣି ବୋତଲ ହିଁ ତା’ ତୃଷ୍ଣା ମେଣ୍ଟାଇପାରିବ ।

ମାଙ୍କଡ ଛୁଆଟି ଯେତେବେଳେ ପିଲାଟିର ସ୍କୁଲ ବ୍ୟାଗରେ ଥିବା ପାଣି ବୋତଲ ଛଡ଼ାଇବାକୁ ଚେଷ୍ଟା କଲା ସେତେବେଳେ ପିଲାଟି ଡରିଗଲା । ଏହାପରେ ମାଙ୍କଡ ଡିଆଁ ମାରି ଅନ୍ୟତ୍ର ଚାଲିଗଲା । ଏମିତି ଆଉ ଜଣେ ପିଲା ପାଖକୁ ଡିଆଁ ମାରିଲାବେଳେକୁ ସେଠାରେ ଥିବା ମହିଳା ମାଙ୍କଡ଼ ଛୁଆର ମନକଥା ଜାଣିପାରିଥିଲେ ।

ବୋତଲ ଖୋଲି ତାକୁ ପାଣି ପିଆଇବାକୁ କହିଲେ । ଯାହାପରେ ମାଙ୍କଡ଼ଟି ଏକ ବେଞ୍ଚରେ ଛିଡ଼ା ହୋଇ ମହିଳାଙ୍କଠାରୁ ପାଣି ପିଇବାରେ ଲାଗିଲା ।

ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଲୋକମାନେ ମହିଳାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।