fbpx

ସାବଧାନ୍… କର୍ଣ୍ଣାଟକରେ ବ୍ୟାପିଲାଣି ନୂଆ ଭାଇରସ୍ Monkey Fever: ଜାଣି ରଖନ୍ତୁ ଲକ୍ଷଣ ଏବଂ ଉପକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତାରୁ ଏବେ ସାମାନ୍ୟ ମୁକ୍ତି ପାଇଛି ଭାରତ । କିନ୍ତୁ ଦେଶରେ ଆଉ ଏକ ରୋଗ ଏବେ ନିଜ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ । କର୍ଣ୍ଣାଟକରେ ଏକ ନୂଆ ଭାଇରସ ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ‘ମଙ୍କି ଫିଭର(Monkey Fever)’ ରୋଗରେ ପ୍ରାୟ ଉତ୍ତର କନ୍ନଡ଼ରୁ ୩୧ ଲୋକ ସଂକ୍ରମଣ ହୋଇଥିବା ବେଳେ ୧୨ ଜଣ ମେଡିକାଲରେ ଏବଂ ଅନ୍ୟ ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଆପଣ ଏହି ରୋଗର ଆକ୍ରାନ୍ତ ହେବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଲକ୍ଷଣ ଏବଂ ଉପକାର ।

ମଙ୍କି ଫିଭର କ’ଣ?

ଏହା ହେଉଛି ଫ୍ଲେଭିଭିରିଡେ ଫ୍ୟାମିଲି ସହ ସମ୍ପୃକ୍ତ ଏକ ଭାଇରସ । ଏହାକୁ କ୍ୟାସାନୁର ଫରେଷ୍ଟ ଡିଜିଜ୍(Kyasanur Forest disease) ବୋଲି ମଧ୍ୟ କୁହାଯାଏ । ଏହି ଭାଇରସ ସାଧାରଣତଃ ମାଙ୍କଡ଼ମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ । ଯେବେ କୌଣସି ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିବା କୌଣସି ପଶୁର ସଂସ୍ପର୍ଶରେ ଆସିବେ, ତେବେ ସେ ଏହି ରୋଗର ଶିକାର ହୋଇପାରନ୍ତି । ତେବେ ପ୍ରଥମ ଥର ୧୯୫୭ ମସିହାରେ ଏହି ରୋଗର ଚିହ୍ନଟ ହୋଇଥିଲା । କର୍ଣ୍ଣାଟକ କ୍ୟାସାନୁର ଜିଲ୍ଲାକୁ ନେଇ ଏହି ରୋଗର ନାମକରଣ କରାଯାଇଛି । ତେବେ ମାଙ୍କଡ଼ ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ଏହାକୁ ମଙ୍କି ଫିଭର ବୋଲି କୁହାଯାଉଛି ।

ଏହାର ଲକ୍ଷଣ କ’ଣ?

ଏହି ମଙ୍କି ଫିଭରରେ ସାଧାରଣତଃ ପ୍ରବଳ ଜ୍ୱର, ଥଣ୍ଡା ଲାଗିବା, ମାସଂପେଶୀରେ ଯନ୍ତ୍ରଣା ହେବା ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣମାନ ଦେଖାଯାଏ । ଏହାବ୍ୟତୀତ ବାନ୍ତି ହେବା, ରକ୍ତସ୍ରାବ ସମସ୍ୟା, ପ୍ଲେଟଲେଟ୍ସ କମ୍ ହେବା ଏବଂ ଆଖିରେ ଯନ୍ତ୍ରଣା ଇତ୍ୟାଦି ଭଳି ଲକ୍ଷଣ ମଙ୍କି ପିଭର ରୋଗରେ ଦେଖିବାକୁ ମିଳିଥାଏ ।

ଉପକାର:

ମଙ୍କି ଫିଭର ପାଇଁ ଏକମାତ୍ର ବିକଳ୍ପ ହେଉଛି ଟୀକା । ଏହି ରୋଗ ପାଇଁ ମାସକୁ ଦୁଇଟି ଟୀକା ପ୍ରଦାନ କରାଯାଇଥାଏ । ସାଧାରଣତଃ ଏହି ରୋଗ ଜଙ୍ଗଲ ବା ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ଅଧିକ ବ୍ୟପିଥାଏ । ତେଣୁ ଜଙ୍ଗଲରେ ବା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏଥିରେ ସଂକ୍ରମଣ ହେବାର ସମ୍ଭାବନା ଖୁବ ଅଧିକ ରହିଛି । ସେଥିପାଇଁ ପଶୁଙ୍କ ସଂସ୍ପର୍ଶରେ ଆସିବାରୁ ନିବୃତ୍ତ ରୁହନ୍ତୁ ଏବଂ ଘର ସହ ଆଖପାଖ ଅଞ୍ଚଳରେ ସଫାସୁତୁରା ରଖନ୍ତୁ । ଏହାଦ୍ୱାରା ମଙ୍କି ଫିଭର ଭଳି ରୋଗରୁ ନିଜକୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.