ବାଃରେ ଦେଶପ୍ରେମ… (Video) ସ୍ୱାଧିନତା ଦିବସରେ ଚମକାଇ ଦେଲା ହନୁ, ମେଘନାଦ ପାଚେରୀରେ ତ୍ରିରଙ୍ଗା ଧରି ବସିଲା ମାଙ୍କଡ଼

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଲୋକେ କଲେ ପ୍ରଶଂସା ।

ପୁରୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଗତକାଲି ଭାରତ ନିଜର ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବାବେଳେ ସୋସିଆଲ ମିଡିଆରେ ଭିଡିଓ, ରିଲ୍ସ ସବୁ ଭାଇରାଲ ହେଉଛି ।

କିନ୍ତୁ ଏ ଭିତରେ ଏକ ବିଚିତ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଜାଗୃତ ହୋଇଛି ।

ଭାଇରାଲ ହେଉଥିବା ଭିଡିଓରେ ଏକ ମାଙ୍ଗଡ଼ ତିରଙ୍ଗା ଧରିଛି । ତା ପୁଣି କୌଣସି ରାସ୍ତା, ଗଳି କି ଘର ନହେଁ! ସେ ପୁରୀ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀରେ ତ୍ରିରଙ୍ଗା ଧରି ବସିଥିବା ଦେଖିବାକୁ ମିଳିଛି ।

ବହୁ ଲୋକ ଭିଡିଓଟିକୁ ଦେଖି ମାଙ୍କଡ଼କୁ ପ୍ରଶଂସା କରିଛନ୍ତି । ମାଙ୍କଡଟି ଗୋଟିଏ ହାତରେ ତ୍ରିରଙ୍ଗା ଧରି ମେଘନାଦ ପାଚେରୀରେ ଶ୍ରୀମନ୍ଦିର କଡ଼ରେ ବସିଥିବା ଦେଖାଯାଉଛି ।

ଭିଡିଓକୁ ବହୁ ଜାତୀୟ ଗଣମାଧ୍ୟମ ମଧ୍ୟ ନିଜ ପୋର୍ଟାଲରେ ଶେୟାର ମରିଛନ୍ତି । ମାଙ୍କଡ଼ର ଏ ପ୍ରକାର ବିଚିତ୍ର କାରନାମା ଦେଖି ସୋସିଆଲ ମିଡିଆ ୟୁଜର ତାକୁ ପ୍ରଶଂସା କରିଛନ୍ତି ।