fbpx

Video: ମାଲିକାଣୀକୁ ସାହାଯ୍ୟ କରିବାକୁ ବିନ୍ ଭାଙ୍ଗିଲା ମାଙ୍କଡ଼, ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ମାଙ୍କଡ଼କୁ ପଶୁମାନଙ୍କ ମଧ୍ୟରେ ସବୁଠାରୁ ବୁଦ୍ଧିମାନ୍ ପ୍ରାଣୀ ଭାବରେ ବିବେଚନା କରାଯାଏ । ଯେଉଁମାନେ ପ୍ରାୟତଃ ମଣିଷ ପରି ଚାଲନ୍ତି କିମ୍ବା କାମ କରୁଥିବା ଦେଖିବାକୁ ମିଳନ୍ତି । ମାଙ୍କଡ଼ମାନଙ୍କର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଥିରେ ସେମାନେ ଦୁଷ୍ଟାମୀ କରନ୍ତି କିମ୍ବା ଖାଦ୍ୟ ସାମଗ୍ରୀ ଚୋରି କରିବାକୁ ଚେଷ୍ଟା କରନ୍ତି । ଏହାରି ମଧ୍ୟରେ ଜଣେ ବୁଦ୍ଧିମାନ ମାଙ୍କଡ଼ ମଣିଷକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ନିଜ ପୋଷା ମାଙ୍କଡ଼ ଦ୍ୱାରା ଘର କାମ କରାଉଥିବା ଦେଖିବାକୁ ମିଳିଛି । ମାଙ୍କଡ଼ ମଧ୍ୟ ନିଜ ଘରର ମାଲିକାଣୀଙ୍କୁ ଘର କାମ କରିବାରେ ବହୁତ ସାହାଯ୍ୟ କରୁଛି, ଯାହାକୁ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ସହ ଅଧିକାଂଶ କୁହନ୍ତି ଯେ, ସେମାନେ ମଧ୍ୟ ଏପରି ବୁଦ୍ଧିମାନ ପଶୁମାନଙ୍କୁ ଘର କାମରେ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି ।

ଏହି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଉଛି, ଯାହା ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏହି ଭିଡିଓରେ ଏକ ମାଙ୍କଡ଼ ଘରର ଚେୟାରରେ ବସି ପାତ୍ରରେ ଥିବା ବିନ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ମାଙ୍କଡର ପ୍ରତିକ୍ରିୟା ଦେଖି ୟୁଜର୍ସଭାବେ ହସି ହସି ବେଦମ୍ ହେବାରେ ଲାଗିଛନ୍ତି । କିନ୍ତୁ ମାଙ୍କଡ଼ଟି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ଭିଡିଓରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.