fbpx

ମାଙ୍କଡ଼ଟିଏ ତା’ର ଆହତ ଛୁଆକୁ ଧରି ପହଞ୍ଚିଲା କ୍ଲିନିକରେ, ଡାକ୍ତରବାବୁ ମାଙ୍କଡ଼ ଛୁଆର ଘା’ ସଫା କରି ଲଗାଇଦେଲେ ମଲମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆମେମାନେ ସାଧାରଣତଃ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଇଥାଉ । ଯଦି ଆମର କୌଣସି ଗୃହପାଳିତ ପଶୁ, ପକ୍ଷୀଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ସେମାମାନଙ୍କୁ ଆମେ ପଶୁ ଚିକିତ୍ସାଳୟକୁ ନେଇଥାଉ । ଯଦି ଆପଣଙ୍କୁ କୁହାଯିବ ଗୋଟିଏ ଜୀବ ତା’ର ଛୁଆର ଚିକିତ୍ସା ପାଇଁ ଡାକ୍ତରଙ୍କ କ୍ଲିନକକୁ ଯାଇଥିଲା, ତେବେ ଏହି କଥାଟି ସମସ୍ତଙ୍କୁ ଟିକିଏ ଅଖାଡ଼ୁଆ ଲାଗିବ । ମାତ୍ର ଏହି କଥାଟି ସମ୍ପୂର୍ଣ୍ଣ ସତ, ବିହାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ଜଣାପଡ଼ିଛି ଯେ, ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ସାସାରାମ ନଗର ଅଞ୍ଚଳରେ ଏକ କ୍ଲିନିକ୍ ଭିତରକୁ ହଠାତ୍ ଗୋଟିଏ ମାଙ୍କଡ଼ ତା’ର ଛୁଆକୁ ଧରି ପଶିଯାଇଥିଲା । ଏହାପରେ ଡାକ୍ତରବାବୁ ଉକ୍ତ ମାଙ୍କଡ଼କୁ ଭିତରକୁ ଡାକିଥିଲେ । ମାଙ୍କଡ଼ଟି ତା’ର ଛୁଆକୁ ଛାତିରେ ଚାପି ଧରି ଡାକ୍ତରଙ୍କ ସମ୍ମୁଖରେ ଥିବା ଷ୍ଟୁଲ ଉପରେ ବସିଯାଇଥିଲା । ଡାକ୍ତର ବାବୁ ମାଙ୍କଡ଼ଟିର ଆହତ ଛୁଆର ଘା’ ସଫା କରି ମଲମ ଓ ପଟ୍ଟି ଲଗାଇଥିଲେ ।

ତେବେ ଉକ୍ତ ମାଙ୍କଡ଼ ଛୁଆକୁ ଡାକ୍ତରବାବୁ କ୍ଲିନିକରେ ଚିକିତ୍ସା କରିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିରଳ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ଗୋଟିଏ ମାଙ୍କଡ଼ ତା’ର ଛୁଆକୁ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ତେବେ ମାଙ୍କଡ଼ ଛୁଆର ଚିକିତ୍ସା ଏକ ଘରୋଇ କ୍ଲିନିକରେ ହୋଇଥିବା ଜଣାପଡ଼ିଛି । ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ଉକ୍ତ ମାଙ୍କଡ଼କୁ ବହୁତ ଖୋଜିଥିଲେ ମଧ୍ୟ ତା’ର ପତ୍ତା ପାଇନଥିଲେ ।

Get real time updates directly on you device, subscribe now.