fbpx

ସାରା ଓଡ଼ିଶାରେ ମୌସୁମୀର ଆଗମନ: ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

Advertisement

ଭୁବନେଶ୍ୱର: ମାଲକାନାଗିରିକୁ ଅତିକ୍ରମ କରି ସାରା ଓଡ଼ିଶାରେ ପାଦ ଥାପିଛି ମୌସୁମୀ ବାୟୁ । ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିଛି । ତେବେ ଏହି ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଥିବା ବେଳେ ୬ଟି ଜିଲ୍ଲାରେ ଆଂଶିକ ଭାବରେ ପ୍ରବେଶ କରିପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅସହ୍ୟ ଗରମରୁ ମୁକ୍ତି ପାଇଛି ସାରା ଓଡ଼ିଶା ।

ତେବେ ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ପ୍ରବେଶ କରିଥିବା ପାଣିପାଗ ସୂଚନା ଦେଇଛି । ତେବେ ୬ ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ସଠିକ ଭାବରେ ପହଞ୍ଚି ପାରିନାହିଁ ।ଏହି ତାଲିକାରେ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର ସମେତ ବାଲେଶ୍ୱର ଏବଂ ସମ୍ବଲପୁରର ମଧ୍ୟ ମୌସୁମୀ ସମ୍ପୂର୍ଣ୍ଣ ପହଞ୍ଚି ପାରିନାହିଁ । ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ସବୁ ଜିଲ୍ଲାରେ ମଧ୍ୟ ପ୍ରବେଶ କରିବ ମୌସୁମୀ ବାୟୁ । ତେବେ ଆସନ୍ତା ୨୬ ତାରିଖରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି । ଏହାପରେ ୨୭-୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାକୁ ଥିବା ବେଳେ ୨୭ରେ ଦକ୍ଷିଣ ଓଡ଼ିଶା ଏବଂ ୨୮ରେୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

ମୌସୁମୀ ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି । ଖୋର୍ଦ୍ଧାରେ ସର୍ବାଧିକ ୬୫ ମିଲିମିଟର ବର୍ଷା ହୋଇଛି । ତେବେ ସନ୍ଧ୍ୟା ସୁଦ୍ଧା ରାଉରକେଲାରେ ୫୬ ମିମି, ଦାରିଙ୍ଗିବାଡ଼ିରେ ୩୮, ତାଳଚେରରେ ୩୫, ସୋନପୁରରେ ୨୪.୮, ବୌଦ୍ଧରେ ୨୩, ପାରାଦୀପରେ ୧୮, ଟିଟିଲାଗଡ଼ରେ ୧୬.୨, ଢେଙ୍କାନାଳରେ ୧୫.୨, ଫୁଲବାଣୀରେ ୫.୮, ଭୁବନେଶ୍ୱରରେ ୬.୩, ଗୋପାଳପୁରରେ ୩ ମିମି ବର୍ଷା ହୋଇଛି । ତେବେ ୨୪ ଘଣ୍ଟା ଭିତରେ ତାଳଚେରରେ ସର୍ବାଧିକ ୧୦୮ ମି.ମି ଏବଂ ବରଗଡ଼ରେ ୪୮.୮ ମି.ମି ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.