ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ମୌସୁମୀ । ଆକଳନର ୪ ଦିନ ପୂର୍ବରୁ ଦକ୍ଷିଣ ଓଡ଼ିଶା ଛୁଇଁଛି ମୌସୁମୀ । ଆଜି ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ବାୟୁ ପ୍ରଭାବରେ ଆଜି ମାଲକାନଗିରିରେ ଆରମ୍ଭ ହୋଇଛି ବର୍ଷା ।
ମୌସୁମୀର ଆଗମନ ଫଳରେ ରାଜ୍ୟରେ ଜାରି ରହିିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବ । ଚଳିତ ବର୍ଷ ଦେଶରେ ଭଲ ମୌସୁମୀ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି ।