fbpx

୪ରେ କେରଳ ଛୁଇଁବ ମୌସୁମୀ, ଜୁନରେ ହେବ ନିଅଣ୍ଟିଆ ବର୍ଷା: ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍ ୪ତାରିଖରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ମୌସୁମୀ ୪ଦିନ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲନିନୋର ପ୍ରଭାବ ପଡିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଜୁନ ମାସରେ ସାରା ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ସୂଚନାଯୋଗ୍ୟ ଯେ କେରଳ ଛୁଇଁବାର ୧୦ଦିନ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ତେଣୁ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ବେଳକୁ ଏହା ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇଏମ୍ଡିର ଇଏମଆରସିର ମୁଖ୍ୟ ଶିବାନନ୍ଦ ପାଇ କହିଛନ୍ତି ଯେ, ଜୁନ୍ରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ଏହପାରେ ମୌସୁମ ପିକରେ ପହଞ୍ôଚବ । ତେଣୁ ଜୁନ୍ ପରଠାରୁ ସେପ୍ଟେମ୍ବର ଯାଏଁ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ପ୍ରତିଶତ ବର୍ଷା ହୋଇପାରେ । ଏହା ୪ପ୍ରତିଶତ ଅଧିକ କିମ୍ବା କମ୍ ହୋଇପାରେ । ଏପରି ସ୍ଥିତି ଉପୁଜିଲେ ଏହାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯିବ ।

ତେବେ ଦକ୍ଷିଣ ଭାରତର ପାର୍ବତ୍ୟ ଅଞ୍ଚଳ, ଉତ୍ତର ଭାରତର କେତେକ ଅଂଶ ଓ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଏପରିକି ବର୍ଷା ପରିମାଣ ୯୪% ରୁ ୧୦୬% ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଆହୁରି କୁହାଯାଇଛି ଯେ ପୂର୍ବ ବର୍ଷ ପରି ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନାହିଁ । ପୂର୍ବାନୁମାନ ଅନୁଯାୟୀ ମୌସୁମୀ ଚଳିତ ବର୍ଷ ସ୍ୱାଭାବିକ ରହିବ । ତେବେ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ସ୍ୱାଭାବିକ ଠାରୁ କମ୍ ବର୍ଷିବ ।

ସୂଚନାଯୋଗ୍ୟ ଯେ, ପଶ୍ଚିମାଝଡ ଯୋଗୁଁ ଏବେ ଭାରତର ଉତ୍ତର ଭାଗରେ ବର୍ଷା ଲାଗି ରହିଛି । ପବନ ମଧ୍ୟ ବହୁଛି । ଏଭଳି ପାଗ ଜାରି ରହିଲେ ମୌସୁମୀ ସକ୍ରିୟ ହେବାରେ ଅସୁବିଧା ନାହିଁ । ଏହା ବରଂ ତା’ର ଗତିପଥକୁ ତୀବ୍ର କରିବ । ଅନ୍ୟ ପକ୍ଷରେ ମୌସୁମୀ ଯୋଗୁଁ ଦକ୍ଷିଣ ଭାରତ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହାବାଦ୍ ପୂର୍ବ କେନ୍ଦ୍ରୀୟ ଭାରତର କିଛି ଅଂଶ ଓ ଉତ୍ତର ପୂର୍ବ ଓ ଅତ୍ୟନ୍ତ ଉତ୍ତରରେ ଥିବା କିଛି ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.