fbpx

ଜୁଲାଇ ୧୯ରେ ହୋଇପାରେ ମୌସୁମୀ ଅଧିବେଶନ, ସାଂସଦଙ୍କୁ ନେବାକୁ ପଡ଼ିବ ଦୁଇଟି ଡୋଜ୍ ଟିକା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ । ଏହାପରେ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରହିବ । ସଂସଦର କ୍ୟାବିନେଟ୍ କମିଟି ପକ୍ଷରୁ ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ମୌସୁମୀ ଅଧିବେଶନ ରଖିବା ନେଇ ସୁପାରିଶ କରିଛନ୍ତି । ତେଣୁ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ନେବାକୁ କୁହାଯାଇଛି ।

ସୂଚନା ଅନୁସାରେ, ଏକ ମାସ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ମୌସୁମୀ ଅଧିବେଶନରେ ୨୦ଟି ବୈଠକ ହେବାର ସମ୍ଭାବନା ରହିଛି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ ଏବଂ ସ୍ୱାଧୀନତା ଦିବସ ପୂର୍ବରୁ ସମାପ୍ତ ହୋଇଥାଏ । ତେଣୁ ଚଳିତ ଥରର ଅଧିବେଶନ କରିବା ନିମନ୍ତେ ସଂସଦୀୟ ମାମଲା ସହିତ ସମ୍ପର୍କିତ ମନ୍ତ୍ରୀ ମଣ୍ଡଳ ପକ୍ଷରୁ ସୁପାରିଶ କରାଯାଇଛି । ସେମାନେ କହିଛନ୍ତି ଯେ, ସମସ୍ତ ପ୍ରକାର କୋଭିଡ୍ ପ୍ରୋଟୋକଲ୍ ପାଳନ କରି ଅଧିବେଶନ କରାଯିବ ।

Get real time updates directly on you device, subscribe now.