fbpx

ଭାରତର ସବୁଠୁ ସୁରକ୍ଷିତ କାର, ଜାଣନ୍ତୁ ଦାମ ଏବଂ ଫିଚର୍ସ

ନୂଆ କାର କିଣିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯେମିତିକି କାରର ଦାମ, ମାଇଲେଜ, ଏଥିରେ କେତେ ଜଣ ବସିପାରିବେ । ତେବେ ସବୁଠାରୁ ଜରୁରୀ ହେଉଛି କାରରେ ମିଳୁଥିବା ସେଫ୍ଟଟି ଫିଚର୍ସ ଅର୍ଥାତ ଏହା କେତେ ସୁରକ୍ଷିତ । ସାଧାରଣତଃ ଲୋକମାନେ କାରର କିଣିବାବେଳେ ଏଥିରେ ଥିବା ସେଫଟୀ ଫିଚର୍ସକୁ ଅଣଦେଖା କରିଦେଇଥା’ନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି କାର ବିଷୟରେ କହିବାକୁ ଯାଉଛୁ ଯେଉଁ କାରଗୁଡ଼ିକରେ ଆପଣଙ୍କୁ ଉତ୍ତମ ସେଫଟୀ ଫିଚର୍ସ ଦେଖିବାକୁ ମିଳିବ ।

Tata Altroz

ଗ୍ଲୋବାଲ ଏନସିଏପି ସେଫ୍ଟୀ ରେଟିଂ: ୫ଷ୍ଟାର

ଟାଟା ଅଲ୍ଟ୍ରୋଜ ଟର୍ବୋରେ ୧.୨ ଲିଟରର ତିନି ସିଲିଣ୍ଡର ବିଶିଷ୍ଟ ଟର୍ବୋ ଚାର୍ଜ ପେଟ୍ରୋଲ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହା ୧୦୮ ବିଏଚପି ପାୱାର ଏବଂ ୧୪୦ ଏନଏମ ଟର୍କର୍ ଜେନେରେଟ କରିଥାଏ । ଟ୍ରାନସମିଶନ ପାଇଁ ଏହି ମଡେଲରେ କେବଳ 5- ସ୍ୱିଡ ମାନୁଆଲ ଗିୟରବକ୍ସ ଅପ୍ସନ ମଧ୍ୟ ରହିଛି । ଯାହାର ଦାମ ୫.୮୦ ଲକ୍ଷ (ଏକ୍ସ-ଶୋରୁମ୍) ରହିଛି ।

Mahindra Thar

ଗ୍ଲୋବାଲ ଏନସିଏପି ସେଫ୍ଟୀ ରେଟିଂ: ୪ଷ୍ଟାର

ମହିନ୍ଦ୍ରା ଥର୍  ରେ ଦୁଇଟି ଇଞ୍ଜିନ ଅପ୍ସନ ରହିଛି ପ୍ରଥମଟି ହେଉଛି ୨.୦ ଲିଟର mStallion TGDi ପେଟ୍ରୋଲ ଇଞ୍ଜିନ ଏବଂ ଅନ୍ୟଟି ହେଉଛି ୨.୨ ଲିଟର mHawk ଡିଜେଲ ଇଞ୍ଜିନ ଯାହାଦ୍ୱାରା ଏହି ଏସୟୁଭିକୁ ଜବରଦସ୍ତ ପାୱାର ମିଳିଥାଏ । ଏହା ସହ ଏହି କାରରେ 6-ସ୍ୱିଡ ଟର୍କ କନଭରଟର ଅଟୋମେଟିକ୍ ଟ୍ରାନସମିସନ ଏବଂ ଏକ 6-ସ୍ୱିଡ ମାନୁଆଲ ଟ୍ରାନସମିଶନ ଅପ୍ସନ ରହିଛି । ଏହାର ଦାମ ୧୨,୮୦,୬୮୧ ଲକ୍ଷ (ଏକ୍ସ-ସୋରୁମ) ରହିଛି ।

Mahindra XUV 300

ଗ୍ଲୋବାଲ ଏନସିଏପି ସେଫ୍ଟୀ ରେଟିଂ: ୫ ଷ୍ଟାର

ଏକ୍ସୟୁଭି ରେ ରହିଛି ସାତଟି ଏୟାରବ୍ୟାଗ । ଏହାର ପାୱାର କହିଲେ ଅଟୋମେଟିକ ଟ୍ରାନ୍ସମିଶନ ୧.୨ ଲିଟର ଟର୍ବୋ ଚାର୍ଜ  ଇଞ୍ଜିନ ରହିଛି ଯାହା ୨୦୦ ଏନଏମର ପିକ୍ ଟର୍କ ସହ ୧୦୮ ବିଏଚପି ଦେଇଥାଏ । ଏହାର ଦାମ ୭,୯୫,୯୬୩ ରୁ ଆରମ୍ଭ ହୋଇଛି ।

Tata Nexon

ଗ୍ଲୋବାଲ ଏନସିଏପି ସେଫ୍ଟୀ ରେଟିଂ: ୫ ଷ୍ଟାର

ଟାଟା ନେକ୍ସନ ଏସୟୁଭି ରେ ୧.୨ ଲିଟର ଟର୍ବୋ ପେଟ୍ରୋଲ ଏବଂ ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ ରହିଛି । ଏହାର ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ୧୨୦ ପିଏସର ପାୱାର ଏବଂ ୧୭୦ ଏନଏମର ଟର୍ଳ ଜେନେରେଟ କରିଥାଏ । ସେହିଭଳି ୧.୫ ଲିଟର  ଟର୍ବୋ ଡିଜେଲ ଇଞ୍ଜିନ ୧୧୦ ପିଏସ ର ପାୱାର ଏବଂ ୨୬୦ ଏନଏମର ଟର୍ଳ ଜେନେରେଟ କରିଥାଏ । ଟାଟା ନେକ୍ସନର ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଏବ ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ ଦୁଇଟି ଯାକ ମଡେଲ 6-ସ୍ୱିଡ ଗ୍ରିୟରବକ୍ସ ସହ ଅଟୋମେଟିକ ଟ୍ରାନ୍ସମିସନ ଅପ୍ସନ ରହିଛି  । ଯାହାର ଦାମ ୭.୧୯ ଲକ୍ଷରୁ ଆରମ୍ବ ହୋଇଛି ।

Get real time updates directly on you device, subscribe now.