fbpx

ଚନ୍ଦ୍ରରେ ବାୟୁମଣ୍ଡଳ ! ଆଇନୋସ୍ପିୟରରେ ପ୍ଲାଜମା ଡେନସିଟିର ମିଳିଲା ସନ୍ଧାନ

ନୂଆଦିଲ୍ଳୀ: ଇସ୍ରୋର ଛୋଟ ସାଟେଲାଇଟ୍‌ ଲଞ୍ଚ ଭେଇକିଲ୍‌ର ବିଫଳତା ପରେ ଏବେ ଚନ୍ଦ୍ରାୟନ-୨କୁ ନେଇ ଭଲ ଖବର ସାମନାକୁ ଆସିଛି । ଚନ୍ଦ୍ରାୟନ-୨କୁ ଚନ୍ଦ୍ରର ଆଇନୋସ୍ପିୟରରେ ପ୍ଲାଜମା ଡେନସିଟି ମିଳିଛି । ଏହା ସବୁଠାରୁ ବଡ ସଫଳ ସନ୍ଧାନ ଏଥିପାଇଁ ହୋଇପାରେ, କାରଣ ଏପର୍ଯ୍ୟନ୍ତ କୁହାଯାଉଥିଲା ଯେ, ଚନ୍ଦ୍ରର ଆଖପାଖରେ କୌଣସି ଗ୍ୟାସ୍‌ ନାହିଁ । ତେବେ ପ୍ଲାଜମା ଡେନସିଟିର ଅର୍ଥ ଏହା ଯେ, ସେଠାରେ ଗ୍ୟାସ୍‌ର କଣିକା ରହିଛି ।

ଉଲ୍ଲେଖନୀୟ ଯେ, ୨୦୧୯ ରେ ଚନ୍ଦ୍ର କକ୍ଷରେ ପହଁଞ୍ଚିବା ପରେ ଚନ୍ଦ୍ରାୟନ-୨ ଏହାର ପୃଷ୍ଠ ସମ୍ପର୍କରେ ଅଧ୍ୟୟନ କରୁଛି । ସ୍ପେସ୍‌କ୍ରାଫ୍ଟ ଏହି ସୂଚନା ଚନ୍ଦ୍ରମାର ସେହି ଦିଗ ବିଷୟରେ ଦେଇଛି, ଯେଉଁଠି ସୂର୍ଯ୍ୟର ରେଡିଏସନ୍‌ କିମ୍ବା ପରେ ସୋଲାର ୱିଣ୍ଡ କାରଣରୁ ଏହି ନ୍ୟୁଟ୍ରାଲ ପାର୍ଟିକିଲ ଉପରେ କୌଣସି ପ୍ରଭାବ ଦେଖିବାକୁ ମିଳିନି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହାପରେ ମଧ୍ୟ ପ୍ଲାଜମା ଜେନେରେଟ୍‌ ହେଉଛି । ଚନ୍ଦ୍ରମାର ଆଇନୋସ୍ପିୟରର ଅଧ୍ୟୟନ ପାଇଁ ସ୍ପେସ୍‌ କ୍ରାଫ୍ଟ ଡୁଆଲ୍‌ ଫ୍ରିକ୍ୱେଏନ୍ସି ରେଡିଓ ସାଇନ୍ସର ବ୍ୟବହାର କରୁଛି । ଏଥିରେ ଦୁଇଟି ସୁସଂଗତ ସିଗନାଲର ବ୍ୟବହାର କରାଯାଇଥାଏ । ଚନ୍ଦ୍ରାୟନ ୨ର ଅର୍ବିଟରର ସିଗନାଲ ବେଙ୍ଗାଲୁରର ବାୟାଲୁରେ ଥିବା ଗ୍ରାଉଣ୍ଡ ଷ୍ଟେସନ୍‌ରେ ରିସିଭ୍‌ କରାଯାଇଥାଏ । ରେଡିଓ କଭର ପ୍ରକ୍ରିୟାରୁ ପ୍ଲାଜମା ଡେନସିଟି୍‌ ବିଷୟରେ ଜଣାପଡିଛି ।

ପ୍ଲାଜମା ଡେନସିଟିର ସୂଚନା ରୟାଲସ୍‌ ଆଷ୍ଟ୍ରୋନୋମିକାଲ ସୋସାଇଟି ଲେଟରର ମାସିକ ଜର୍ନାଲରେ ପ୍ରକାଶିତ କରାଯାଇଛି । ଏଥିରେ କୁହାଯାଇଛି, ଯାହାବି ଦେଖିବାକୁ ମିଳେ ତାହା ଖୁବ୍‌ ଅଦ୍ଭୁତ । ସୂର୍ଯ୍ୟାସ୍ତ ପରେ ଏଠାରେ ଆଇଇଡିିଏସ୍‌ର ବୃଦ୍ଧି ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ ଆଇନୋସ୍ପିୟରର କଥା ଥିଓରିରେ କରାଯାଉଥିଲା, ଏହା ତାକୁ ଅଧିକ ସ୍ପଷ୍ଟ କରୁଛି । ଏହାର ଅର୍ଥ ଚନ୍ଦ୍ରରେ ମଧ୍ୟ ବାୟୁମଣ୍ଡଳ ଥାଇପାରେ ।’ ଇସ୍ରୋର କହିବା ଅନୁସାରେ, ଚନ୍ଦ୍ରର ମେରୁ ନିକଟରେ ବହୁ ପରିମାଣରେ ଇଲେକଟ୍ରୋନ୍‌ କଣ୍ଟେଣ୍ଟ ବିଷୟରେ ଜଣାପଡିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ଆୟନ ଆର୍ଗନ୍‌ ଓ ନିୟନ ଭଳି ଗ୍ୟାସ୍‌ ହୋଇପାରେ, ଯାହାକି କାର୍ବନ ଡାଇଅକ୍ସାଇଡ ଓ ପାଣିର କଣିକା ତୁଳାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ।

Get real time updates directly on you device, subscribe now.