fbpx
BSKY SKY
BSKY SKY

ତାଲିବାନୀ ମାନସିକତାର ଝଲକ ଥିଲା କେରଳ ମୋପଲା ବିଦ୍ରୋହ, RSS ନେତା କହିଲେ ଏମିତି

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ତେବେ କେରଳରେ ମଧ୍ୟ ତାଲିବାନୀ ମାନସିକତାର ଝଲକ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଆରଏସଏସ୍ ନେତା ରାମ ମାଧବ ।

କୋଝିକୋଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମ ମାଧବ କହିଛନ୍ତି ଯେ ବ୍ରିଟିଶ ଶାସନ କାଳରେ ୧୯୨୧ ମୋପଲା ବିଦ୍ରୋହରେ ଏଭଳି ତାଲିବାନୀ ମାନସିକତା ଦେଖିବାକୁ ମିଳିଥିଲା । କେରଳର ବାମପନ୍ଥୀ ସରକାରକୁ ଇଙ୍ଗିତ କରି ରାମ ମାଧବ ଏଭଳି ମତ ଦେଇଛନ୍ତି । ତେବେ ସେ କଶ୍ମୀର ହେଉ କି କେରଳ ଲୋକଙ୍କୁ ବିଭାଜିତ କରିବାକୁ ଏବଂ ସାଧାରଣରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଦେଶବାସୀ କେବେ ବି ସୁଯୋଗ ଦେବେ ନାହିଁ । ଏଥିସହ ୧୯୨୧ ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କ ସେ ସ୍ମୃତିଚାରଣ କରିଥିଲେ ।

ରାମ ମାଧବ ଆହୁରି କହିଥିଲେ ଯେ ତାଲିବାନୀଙ୍କ ଦ୍ୱାରା ପୂର୍ବରୁ ଓ ଏବେ ଦିଆଯାଉଥିବା ଅତ୍ୟାଚାର ସମ୍ପର୍କରେ ସାରା ବିଶ୍ୱ ଖବର ଦେଖୁଛନ୍ତି । କଠୋରପନ୍ଥୀ ଇସ୍ଳାମିକ୍ ଚିନ୍ତାଧାରାରୁ ହିଁ ଏଭଳି ମାନସିକତା ଓ କାର୍ଯ୍ୟକଳାପ ସୃଷ୍ଟି ହୋଇଛି । ଏଠାରେ ମୋପଲା ବିଦ୍ରୋହ ରୂପରେ ଲୋକେ ସେହି ଝଲକ ପୂର୍ବରୁ ପାଇସାରିଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.