fbpx

‘ତୁମେ ଜଣେ ମହିଳା, ଘରକୁ ଯାଅ’: ତାଲିବାନୀ ଶାସନରେ ମହିଳାଙ୍କ ପ୍ରତି ବ୍ୟବହାର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଏହା ପରେ ବଦଳିବାରେ ଲାଗିଛି ଆଫଗାନିସ୍ତାନର ପରିସ୍ଥିତି । ଗୋଟିଏ ପଟେ ତାଲିବାନ ମହିଳାଙ୍କୁ ସମ୍ମାନ ଦେବାକୁ କହୁଥବାବେଳେ, ଅନ୍ୟ ପଟେ ଏହାର ଓଲଟା କଥା ଦେଖିବାକୁ ମିଳିଛି । ଆଫଗାନିସ୍ତାନରେ ସରକାରୀ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା ମହିଳା ସାମ୍ବାଦିକାଙ୍କୁ କାମ କରିବାକୁ ମନାକରାଯାଇଛି । ଏକଥା କହିଛନ୍ତି ଆଫଗାନର ମହିଳା ସାମ୍ବାଦିକା ସବନମ୍ ଦରାନ ।

ଆଫଗାନରେ ତାଲିବାନ କବଜା ପରେ ବୃତ୍ତିଗତ ମହିଳାଙ୍କ ଅବସ୍ଥା କିପରି ହୋଇଛି ଏନେଇ ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ କହିଛନ୍ତି ସବନମ୍ । ସବନମ୍ RTA Pashto କାମ କରୁଥିଲେ ।

ସବନମ୍ କହିଛନ୍ତି ଯେ ତାଲିବାନ କାବୁଲକୁ କବଜା କରିବା ପରଦିନ ଯେତେବେଳେ ସେ ଅଫିସକୁ ଯାଇଥିଲେ ସେଠାରେ ତାଙ୍କୁ କାମ କରିବାକୁ ଆସିବାକୁ ମନା କରାଯାଇଥିଲା । ତେବେ ଏହାର କାରଣ କୁହାଯାଇଥିଲା ଯେ ଏବେ ନିୟମରେ ପରିବର୍ତ୍ତନ କରାଯାଇଛି ଏବଂ ମହିଳାମାନଙ୍କୁ RTA ରେ କାମ କରିବାକୁ ଅନୁମତି ନାହିଁ ।

କେବଳ ବେସରକାରୀ ସଂସ୍ଥାରେ କାମ କରୁଥିବା ମହିଳାଙ୍କୁ ଅନୁମତି ରହିଛି । କେବଳ ସେତିକି ନୁହେଁ ତାଙ୍କୁ କୁହାଯାଇଥିଲା ଯେ ତୁମେ ଜଣେ ମହିଳା, ଘରକୁ ଯାଅ । ଏହା ସହ ସେ କହିଛନ୍ତି ଯେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ଆଫଗାନିସ୍ତାନରୁ ଚାଲିଯିବାକୁ ପ୍ରସ୍ତୁତ । ସେ କହିଛନ୍ତି ମୁଁ ମୋ ପରିବାରର ଜୀବନକୁ ନେଇ ଚିନ୍ତିତ ।

Get real time updates directly on you device, subscribe now.