fbpx

ଓଡିଶାରେ କରୋନାର ଭୟଙ୍କର ପରିସ୍ଥିତି! ଆଜି ପୁଣି ୨୬୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେଆଜି ଆଉ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୪୧, କେନ୍ଦୁଝରରୁ ୨୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୮ ଜଣ ଲେଖାଏଁ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୫ ଲେଖାଏଁ ଆକ୍ରାନ୍ତ, ବାଲେଶ୍ବର ଓ କଟକରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ, ପୁରୀରୁ ୭, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୪-୪ ଜଣ ଚିହ୍ନଟ, ମାଲକାନଗିରି, ନୟାଗଡ଼ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, କୋରାପୁଟ, ଭଦ୍ରକ, କନ୍ଧମାଳ, ନୂଆପଡ଼ା, ଗଜପତି, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି । ୪ ହଜାର ୬୦୬ ଆକ୍ରାନ୍ତ ସୁସ୍ଥ ଓ ୧୯୮୦ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.