fbpx

ବଡ ଖବର: ରାଜ୍ୟରେ ଆଜି ପୁଣି ୫୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୨୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୬, ଯାଜପୁରରୁ ୪୦, ସୁନ୍ଦରଗଡରୁ ୪୪, ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱର ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ଭଦ୍ରକରୁ ୨ ଓ ସମ୍ବଲପୁରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.