fbpx
BJD SKY
BJD SKY

ଆଉ ୬ ଜୀବନ ନେଲା କରୋନା

BJD

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି । ପୁରୀରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଆଜି ୩୪୯ କରୋନା ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୧୮, ସମ୍ବଲପୁରରୁ ୧୪, ନୂଆପଡ଼ାରୁ ୧୦, ପୁରୀରୁ ୨୨, କଳାହାଣ୍ଡିରୁ ୧୯, ମୟୁରଭଞ୍ଜରୁ ୧୮, ସୁନ୍ଦରଗଡ଼ରୁ ୪୬, ଖୋର୍ଦ୍ଧାରୁ ୪୬, କଟକରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୩ ଲକ୍ଷ୧୬ ହଜାର ୪୪୭ ଓ ଚିକିତ୍ସାଧିନ ୩ ହଜାର ୬୨୯ ରହିଥିବା ଜଣାଯାଇଛି । ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩କୁ ବୃଦ୍ଧି ପାଇଥିବା ଜଣାଯାଇଛି ।

Get real time updates directly on you device, subscribe now.