fbpx

୧୫ରୁ କଲବଲ କରିବ ତାତି: ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇଛି । ରବିବାର ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଫଳରେ ରବିବାରଠାରୁ ପାଗ ବଦଳିବା ସହ ତାତିର ପ୍ରଭାବ ବୃଦ୍ଧି ପାଇବ । ଏନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

୧୫ ତାରିଖ ଠାରୁ ଅଧିକ ତାତିର ପ୍ରଭାବ ଅନୁଭୂତ ହେବ । ୧୫ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଅତ୍ୟଧିକ ଗରମ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ଅଭ୍ୟନ୍ତରୀଣ ୧୬ ଜିଲ୍ଲା ପାଇଁ ହିଟ୍ ୱେଭ ଆଲର୍ଟ ଜାରି ହୋଇଛି । ୧୭ ତାରିଖରେ ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ରାଜ୍ୟରେ କାଳବୈଶାଖୀର ପ୍ରଭାବ କମି ଆସୁଥିବା ବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ଓ ଶୁଷ୍କ ପବନ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଏପରିକି ପାରଦ ୪୫ ଡିଗ୍ରୀ ପାର କରିବାର ସମ୍ଭାବନା ରହିଛି । ଫଳରେ ପ୍ରବଳ ଖରା ସହ ଗରମ ଅନୁଭୂତ ହେବ । ଯଦିଓ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନାହିଁ ତଥାପି ଉପକୂଳ ଓ ଆଭ୍ୟନ୍ତରଣ ଓଡ଼ିଶା ଜନସାଧାରଣ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.