ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ବଡ ଭେଟି, ବିଭିନ୍ନ କ୍ଷେତ୍ରରେ ମିଳିବ ଫାଇଦା
ସାର ବ୍ୟାଗ ୧୩୫୦ ଟଙ୍କାରେ ଦେବାକୁ ନିଷ୍ପତ୍ତି; ପିଏମ ବୀମା ଆବଣ୍ଟନକୁ ୬୯, ୫୧୫ କୋଟିକୁ ବୃଦ୍ଧି
ନୂଆଦିଲ୍ଲୀ- ନୂଆବର୍ଷରେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । କ୍ୟାବିନେଟରେ ଏହି ନିଷ୍ପତ୍ତିରେ ଲାଗିଲା ମୋହର । ପିଏମ ବୀମା ଆବଣ୍ଟନକୁ ୬୯, ୫୧୫ କୋଟିକୁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ବର୍ଷର ପ୍ରଥମ ଦିନରେ ବୈଷ୍ଣବ ଦେଇଛନ୍ତି ଚାଷୀଙ୍କୁ ଖୁସି କରିବା ପରି ଖବର । କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ ନେଇଛନ୍ତି ବଡ ନିଷ୍ପତ୍ତି । ପିଏମ ଫସଲ ବୀମା ରାଶିକୁ ବଢା ଯାଇଛି ।
କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏଥିସହ ବୀମା ଅର୍ଥକୁ ୬୯.୫୧୫ କୋଟିକୁ ବଢାଯାଇଛି ।
ଏହା ବ୍ୟତୀତ ସାର ବ୍ୟାଗ ୧୩୫୦ ଟଙ୍କାରେ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିସହ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ କୃଷକଙ୍କୁ ଅତିରିକ୍ତ ସବସିଡି ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟନେଇ ଅନେକ ଯୋଜନା କରିଛନ୍ତି । ଏଥିରେ ବୀମା ଏକ ପ୍ରମୁଖ ଯୋଜନା ।