fbpx

୧ ଲକ୍ଷରୁ ଅଧିକ ଜମାକାରୀଙ୍କୁ ମିଳିଲା ଟଙ୍କା, ୯୦ ଦିନର ଡେଡ୍ ଲାଇନ୍ କରାଗଲା ସ୍ଥିର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମରେ ଜମାକାରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଆଜି ଦେଶର ବ୍ୟାଙ୍କିଙ୍କ ସେକ୍ଟର୍ ଏବଂ ଆକାଉଣ୍ଟ ହୋଲଡର୍ସଙ୍କ ପାଇଁ ଖୁବ୍ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ପୂର୍ବରୁ ଟଙ୍କା ସ୍ରସ୍ତର କୌଣସି ସମୟ ସୀମା ନଥିଲା କିନ୍ତୁ ଏବେ ଏହି ସମୟସୀମାକୁ ଆମେ ୯୦ ଦିନ ଅର୍ଥାତ୍ ୩ ମାସ ପାଇଁ ଅନିବାର୍ଯ୍ୟ କରିଛୁ । ବିଗତ ଦିନରୁ ଚାଲି ଆସିଥିବା ଏହି ସମସ୍ୟାର କିପରି ସମାଧାନ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି । ଆଜି ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ହେଉଛି ଯେଉଁ ମାନେ ପୂର୍ବରୁ ଡିପୋଜିଟ୍ କରିଛନ୍ତି ସେମାନେ କିପରି ଭାବକ୍ଟେଙ୍କା ପାଇପାରିବେ । ଯେଉଁ ମାନଙ୍କର ଟଙ୍କା ଫସି ରହିଥିଲା ସେମାନଙ୍କ ଟଙ୍କା ଫେରସ୍ତ କରିଦିଆଯାଇଛି । ଏଥିରେ ୧ ଲକ୍ଷ ଜମାକାରୀ ରହିଛନ୍ତି । ଏହି ଟଙ୍କା ୧୩୦୦ କୋଟିରୁ ଅଧିକ ।

ଏହି ଅବସରରେ ସେ ଆହୁରି ବି କହିଛନ୍ତି ଯେ, ଆମ ଦେଶରେ ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଇନ୍ସ୍ୟୁରାନ୍ସ ବ୍ୟବସ୍ଥା ୬୦ ଦଶକରେ ତିଆରି କରାଯାଇଥିଲା । ପ୍ରଥମେ ବ୍ୟାଙ୍କରେ ଜମା ରାଶି ଉପରେ କେବଳ ୫୦ ହାଜର ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଦିଆଯାଉଥିଲା ହେଲେ ଏବେ ଏହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରିଦିଆଯାଇଛି । ଅର୍ଥାତ୍ ଯଦି ଟଙ୍କା ବୁଡ଼ିଯାଏ ତାହେଲେ ଜମାକାରୀଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଇପାରିବ । ଆଉ ଏହି ଟଙ୍କା କେବେ ମିଳିବ ତାର କୌଣସି ସମୟସୀମା ରହୁନଥିଲା । ତେବେ ଗରିବଙ୍କ ଦୁଃଖକୁ ଆଖି ଆଗରେ ରଖି ଏବେ ଏହି ରାଶିକୁ ୫ ଲକ୍ଷ ପର୍ଯ୍ୟନ୍ତ କରିଦିଆଯାଇଛି ।

ଏବେ ଜମାକାରୀଙ୍କୁ ୯୦ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରାଯିବ । ଏହି ନିୟମକୁ ଅନିବାର୍ଯ୍ୟ କରାଯାଇଛି । ବ୍ୟାଙ୍କ ବୁଡ଼ିବା ସ୍ଥିତିରେ ମଧ୍ୟ ଟଙ୍କା ୩ ମାସ ଭିତରେ ଫେରାଇବାକୁ ବାଧ୍ୟ । ଦେଶର ସମୃଦ୍ଧିରେ ବ୍ୟାଙ୍କର ଏକ ବଡ଼ ଭୁମିକା ରହିଛି । ତେଣୁ ଏହି କ୍ଷେତ୍ର ସଠିକ୍ ରୂପେ କାର୍ଯ୍ୟ କରିବା ନିହାରି ଆବଶ୍ୟକ ।

 

Get real time updates directly on you device, subscribe now.