ଆମାଜନ ଇଣ୍ଡିଆ ପକ୍ଷରୁ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି

ନୂଆଦିଲ୍ଲୀ : ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଭାରତୀୟ ପାର୍ବଣ ଋତୁ ପାଇଁ ନିଜର ପରିଚାଳନା ନେଟ୍ୱର୍କରେ ୧ ଲକ୍ଷରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ନିଯୁକ୍ତି ସୁଯୋଗ ମଧ୍ୟରେ ମୁମ୍ବାଇ, ଦିଲ୍ଳୀ, ପୁନେ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲ୍କାତା, ଲଖନଉ ଓ ଚେନ୍ନାଇ ଭଳି ଭାରତର ବିଭିନ୍ନ ସହରଗୁଡିକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସାମିଲ ରହିଛି ।

ଅକ୍ଟୋବର ୭, ୨୦୨୩ରୁ ପ୍ରାଇମ୍ ଗ୍ରାହକଙ୍କ ପାଇଁ ପ୍ରାରମ୍ଭିକ ପହଞ୍ଚ ସହିତ ଆସନ୍ତା ଅକ୍ଟୋବର ୮ ତାରିଖ, ୨୦୨୩ରେ ଆରମ୍ଭ ହେବାକୁ ଯାଉଥିବା ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ପୂର୍ବରୁ ଆମାଜନ ଇଣ୍ଡିଆ ଏହାର ବିଦ୍ୟମାନ ନେଟ୍ୱର୍କରେ ଏହି ନୂତନ ନିଯୁକ୍ତି ମଧ୍ୟରୁ ଅଧିକାଂଶଙ୍କୁ ନିୟୋଜିତ କରିସାରିଛି । ସେହିପରି ଆମାଜନ ଇଣ୍ଡିଆରେ ନିକଟରେ ଋତୁକାଳିନ ନିଯୁକ୍ତି ହାସଲ କରିଥିବା ସଲିମ୍ ଏସ୍ କେ କହିଛନ୍ତି, ‘ମୁଁ ଗ୍ରାହକଙ୍କୁ ଉଲ୍ଲେଖନୀୟ ସେବା ପ୍ରଦାନ କରିବା ପାଇଁ ଆମାଜନର ପ୍ରତିବଦ୍ଧତାରେ ଯୋଗଦାନ ଦେବା ଲାଗି ଏହି ସୁଯୋଗ ପାଇଁ କୃତଜ୍ଞ ଅଟେ ।

ଆମାଜନ ଇଣ୍ଡିଆ ଏକ ଶକ୍ତିଶାଳୀ ଫୁଲ୍ଫିଲ୍ମେଣ୍ଟ ଓ ଡେଲିଭରି ନେଟ୍ୱର୍କ ନିର୍ମାଣ କରିଛି ଏବଂ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ କରିଛି । କମ୍ପାନୀର ୧୫ଟି ରାଜ୍ୟରେ ଫୁଲ୍ଫିଲ୍ମେଂଟ୍ ସେଣ୍ଟର୍ ରହିଛି, ଯାହା ସେଲର୍ ଇନ୍ଭେଂଟୋରୀ ପାଇଁ ୪୩ ମିଲିୟନ କ୍ୟୁବିକ୍ ଫିଟ୍ର ଷ୍ଟୋରେଜ୍ ସ୍ପେଶ୍ ପ୍ରଦାନ କରୁଛି । ଏହା ଦେଶରେ ୧.୩ ମିଲିୟନ ସେଲର୍ଙ୍କୁ ଲାଭାନ୍ୱିତ କରୁଛି । ଆମାଜନ ଇଣ୍ଡିଆର ୧୯ଟି ରାଜ୍ୟରେ ସର୍ଟେଶନ ସେଂଟର୍ ରହିଥିବା ବେଳେ ୨୦୦୦ ଆମାଜନ-ପରିଚାଳିତ ଏବଂ ପାର୍ଟନର୍ ଡେଲିଭରି ଷ୍ଟେସନର ଏକ ନେଟ୍ୱର୍କ ରହିଛି ।