fbpx

ଢେଙ୍କାନାଳ ଜିଲ୍ଲା ପରିଷଦ ପକ୍ଷରୁ ଆସିଲା ଚାକିରି ସୁଯୋଗ: ୧୦୦ରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଢେଙ୍କାନା ଜିଲ୍ଲା ପରିଷଦ ପକ୍ଷରୁ ଏନେଇ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି- ସିଏମ ଓ ମାଷ୍ଟର ବୁକ କିପର (ଏମବିକେ) ଆଦି କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ବ୍ୟାଙ୍କ ମିତ୍ର ଓ ଏମବିକେ ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ହେବା ଆବଶ୍ୟକ । ସେହିପରି ସିଆରପି-ସିଏମ ପଦ ପାଇଁ ପ୍ରାର୍ଥୀମାନେ ଦଶମ ପାସ୍ କରିଥିବା ଜରୁରୀ । ପ୍ରାର୍ଥୀଙ୍କର ସର୍ବନିମ୍ନ ଯୋଗ୍ୟତା ୧୮ ବର୍ଷ ହେବା ଜୁରୁରୀ ।

ରାଜ୍ୟର ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ଓଡ଼ିଶା ଜୀବିକା ମିଶନ ଅଧିନରେ ଏହି ନିଯୁକ୍ତି ଦିଆଯିବ । ଜିଲ୍ଲାର ବାଲିଆମ୍ବ, ବରଡ଼ା, ବେଲତିକିରି, ଭାଲିଆବୋକେଟେନି, ଭାପୁର, ସୁଆଖାଇକାଟେଣୀ, ଶଙ୍କରପୁର, ସୋଗାରପୋଷି, ସଙ୍କୁଲେଇ, କାକୁଡ଼ିଭାଗ, ମଧୁସାହୁପାଟଣା ଆଦି ବିଭିନ୍ନ ଗ୍ରାମପଞ୍ଚାୟତରେ ପ୍ରାର୍ଥୀମାନେ କାର୍ଯ୍ୟ କରିବେ । ସମସ୍ତ ଗ୍ରାମପଞ୍ଚାୟତ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ୱେବସାଇଟ୍ ଲିଙ୍କ: https://dhenkanal.nic.in/

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3069d3bb002acd8d7dd095917f9efe4cb/uploads/2023/05/2023051693.pdf

Get real time updates directly on you device, subscribe now.