fbpx

ମା’ଙ୍କ ମହାନବମୀରେ ବଡ଼ ଅଘଟଣ: ଭୋଗ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କୋଣାର୍କ: ଆଜି ମା’ ମହାମାୟୀଙ୍କ ମହାନବମୀ ପାଳନ କରାଯାଉଛି । ସାରା ରାଜ୍ୟରେ ଉତ୍ସବର ମାହୋଲ ଖେଳି ଯାଇଥିବା ବେଳେ କୋଣାର୍କରେ ଘଟିଯାଇଛି ବଡ଼ ଅଘଟଣ । କୋଣାର୍କର ଓଟାଙ୍ଗ ଗ୍ରାମରେ ଭୋଗ ଖାଇବା ପରେ ୧୦୦ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୋଗ ଖାଇବା ପରେ କିଛି ଲୋକ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଛି । ତେବେ ଫୁଡ ପଏଜନିଙ୍ଗ ଯୋଗୁଁ ଏ ସମସ୍ତେ ଅସୁସ୍ଥ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋପ ଡାକ୍ତରଖାନା ସହ ବିଭିନ୍ନ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.