fbpx

ସେନା ଏକାଡେମୀ ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ: ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ସିରିଆରୁ ଆସିଛି ଏକ ବଡ଼ ଖବର । ହୋମ୍ସ ସହର ସ୍ଥିତ ଏକ ସୈନ୍ୟ ଏକାଡେମୀ ଉପରେ ଏକ ବଡ଼ଧରଣର ଡ୍ରୋନ ଆକ୍ରମଣ ହୋଇଛି । ଏକ ସ୍ନାତକ ସମାରୋହ ଚାଲିଥିବା ସମୟରେ ଉକ୍ତ ଡ୍ରୋନ ଆକ୍ରମଣ ହୋଇଥିଲା । ଉକ୍ତ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସ୍ନାତକ ସମାରୋହ ଚାଲିଥିବା ସମୟରେ ସିରିଆର ହୋମ୍ସ ସହର ସ୍ଥିତ ସୈନ୍ୟ କଲେଜରେ ଡ୍ରୋନ ଆକ୍ରମଣ କରାଯାଇଥିଲା । ଫଳରେ ୧୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲିଯିବା ସହ ଅନେକ ଆହତ ହୋଇଥିଲେ । ସିରିଆର ପ୍ରତିରକ୍ଷା ମନ୍ତ୍ରୀ ସ୍ନାତକ ସମାରୋହରୁ ବାହାରିବାର କିଛି ସମୟ ପରେ ହତିୟାର ଭରି ରହିଥିବା ଡ୍ରୋନ ଉକ୍ତ ସ୍ଥାନରେ ପଡ଼ିଥିଲା । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ କି ଗ୍ରୁପ ନିଜକୁ ଦାୟୀ କରିନାହାନ୍ତି ।

ଅନ୍ୟପକ୍ଷରେ ଏହି ଆକ୍ରମଣ ପଛରେ ଅନ୍ତରାଷ୍ଟ୍ରୀୟ ବିଦ୍ରୋହୀ ଫୋର୍ସଙ୍କ ହାତ ରହିଥିବା କୁହାଯାଉଛି । ମାତ୍ର ଏଥିପାଇଁ କେହି ନିଜକୁ ଦାୟୀ କରିନାହାନ୍ତି । ଯୁଦ୍ଧ ସମସ୍ୟାରେ ଛଟପଟ ହେଉଥିବା ସିରିଆରେ ଏହା ଏକ ବଡ଼ଧରଣର ଡ୍ରୋନ ଆକ୍ରମଣ ବୋଲି କୁହାଯାଉଛି । ଗତ ୧୨ ବର୍ଷ ଧରି ଗୃହଯୁଦ୍ଧ ସମସ୍ୟା ଦେଇ ସିରିଆ ଗତି କରୁଥିବା ବେଳେ ସୈନ୍ୟ ଏକାଡେମୀ ଉପରେ ଏହା ହେଉଛି ସବୁଠାରୁ ଭୟଙ୍କର ଆକ୍ରମଣ । ଆକ୍ରମଣରେ ଆହତ ହୋଇଥିବା କିଛି ମହିଳା ଓ ଶିଶୁଙ୍କର ଅବସ୍ଥା ଗମ୍ଭୀର ରହିଛି ।

Get real time updates directly on you device, subscribe now.