fbpx

ଭାରତ ସଞ୍ଚାର ନିଗମ ଲିମିଟେଡରେ ବଡ଼ ନିଯୁକ୍ତି ସୁଯୋଗ: ୧୧ ହଜାରରୁ ଅଧିକ ପୋଷ୍ଟ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ୧୧,୭୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଟେଲିକମ୍ ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ଆବେଦନ ନିୟମ ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୩୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୩୧ରେ ସମାପ୍ତ ହେବ । ୨୦୨୩ ମସିହା ଜାନୁଆରୀ ମାସ ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ୟ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା / ଡିଗ୍ରୀ/ ପିଜି (ପ୍ରାସଙ୍ଗିକ ଟ୍ରେଡ) ହୋଇଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://www.bsnl.co.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-BSNL-JTO-Telecom-Vacancy.pdf

ଅଫିସିଆଲ ନୋଟିଫିକେସନ ଲିଙ୍କ: https://www.bsnl.co.in/

Get real time updates directly on you device, subscribe now.