‘ଗତ ନିର୍ବାଚନରେ ୧୧୫ କୋଟିରୁ ଅଧିକ ଟଙ୍କା ହୋଇଛି ଖର୍ଚ୍ଚ’, ମୁଖ୍ୟମନ୍ତ୍ରୀଙ୍କ ସୂଚନା
୨୦୨୪ ନିର୍ବାଚନରେ ଖର୍ଚ୍ଚ ହୋଇଛି ୧୫୫ କୋଟିରୁ ଅଧିକ
ଭୁବନେଶ୍ୱର: ୨୦୨୪ ରାଜ୍ୟ ନିର୍ବାଚନରେ କେତେ ଟଙ୍କା ସମୁଦାୟ ଖର୍ଚ୍ଚ ହୋଇଛି, ସେ ବିଷୟରେ ବର୍ତ୍ତମାନ ଏକ ବଡ଼ ଖୁଲାସା ହୋଇଛି । ଆଜି ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସିଂହ ଏ ନେଇ ପ୍ରଶ୍ନ କରିଥିଲେ ।
ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଉତ୍ତର ଦେଇ କହିଛନ୍ତି ଯେ, ନିର୍ବାଚନରେ ଗାଡ଼ି ବାବଦକୁ ୮୦ କୋଟି ୯୩ ଟଙ୍କା ଖର୍ଚ୍ଚ ହୋଇଛି । ଟେଣ୍ଟ, ସାଉଣ୍ଡ ଓ ବାରିକେଡ୍ ପାଇଁ ୩୫ କୋଟି ଖର୍ଚ୍ଚ ହୋଇଛି । ଏଥିସହ ସମୁଦାୟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ ୨୬ ହଜରା ଖର୍ଚ୍ଚ ହୋଇଛି ।